ମାଓବାଦୀ କମିବା ସହ ରାଜ୍ୟକୁ ଗଂଜେଇ ମୁକ୍ତ କରାଯିବ।
ମାଲକାନଗିରି ଜିଲ୍ଲା ରହିଥିବା ଏସଓଜି, ଡିଭିଏଫ ଯବାନଙ୍କ ସହ ଆଲୋଚନା ପରେ ସେମାନଙ୍କର ସମସ୍ତ ସମସ୍ୟାର ସମାଧାନ କରାଯିବ। ଅଂଚଳବାସୀ କିଭଳି ଶାନ୍ତିରେ ନିରାପଦରେ ରହିବେ ସେନେଇ ପଦକ୍ଷେପ ନିଆଯାଉଛି। ଶ୍ରୀ ଖୁରାନିଆ ଆଜି ରାତ୍ରୀଯାପନ ପରେ ଆସନ୍ତାକାଲି କୋରାପୁଟ ଜିଲ୍ଲାରେ ସମୀକ୍ଷା କରି ଶେଷରେ ଭୁବନେଶ୍ବର ଫେରିବେ।
ଲାଲଗଡ଼ରେ ନକ୍ସଲ ଗତିବିଧି ଦିନକୁ ଦିନ ହ୍ରାସ ପାଉଥିବା ବେଳେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଆଜି ମାଲକାନଗିରି ଓ କୋରାପୁଟକୁ ଦୁଇଦିନିଆ ଗସ୍ତ କରିଛନ୍ତି। ଆଜି ସକାଳେ ସ୍ବାଭିମାନ ଅଂଚଳର ଗୋରାସେତୁ ବିଏସ୍ଏଫ କ୍ୟାମ୍ପ ପରିଦର୍ଶନ ପରେ ସେ ମାଲକାନଗିରିରେ ପହଞ୍ଚିଛନ୍ତି। ପୁଲିସ ଓ ବିଏସଏଫର ବରିଷ୍ଠ ଅଧିକାରୀଙ୍କ ସହ କରିଛନ୍ତି ସମୀକ୍ଷା ବୈଠକ କରିଛନ୍ତି।