ମାଁ ମାଣିକେଶ୍ଵରୀ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟନ ।
ଆର, ଉଦୟଗିରି – ମନୋଜ କୁମାର ପାଢୀ/୩୦/୫/ଆଜି ଗଜପତି ଜିଲ୍ଲା ମୋହନା ବ୍ଲକ କିଡ଼ାସିଂ ଗ୍ରାମରେ ମାଁ ମାନେକେଶ୍ୱରି କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟ ହୋଇଯାଇଛି । ଅଞ୍ଚଳର ପାଖାପାଖି 32 ଖଣ୍ଡ ଗ୍ରାମର କ୍ରିକେଟ ଟିମ୍ ଏଥିରେ ସାମିଲ ହୋଇଛନ୍ତି । ଏହି ଟୁର୍ଣାମେଣ୍ଟ ରେ ଆଜି ପ୍ରଥମ ଦିନରେ କୁଶପଲ୍ଲୀ ଓ ଖସଡ଼ା ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ କୁଶପଲ୍ଲୀ ଦଳ ଖସଡ଼ା ଦଳକୁ 6 ୱିକେଟ ରେ ପରାସ୍ତ କରିଛନ୍ତି । ଏହି ମ୍ୟାଚ୍ ଟିକୁ ଏମ୍ପାୟର ଲିଲୁ ବାହାକ ଓ ସୁରେଶ ମହାରଣା ସୁଚାରୁ ରୂପେ ପରିଚାଳନା କରିଥିଲେ ।ଏହି ମ୍ୟାଚ୍ କିଡାସିଂ ଗ୍ରାମର ମାଁ ମାଣିକେଶ୍ଵରୀ ଯୁବକ ସଂଘପକ୍ଷରୁ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ଉଦ୍ଘାଟନ ଗ୍ରାମର ମୁଖିଆ ଅନ୍ତର୍ଯ୍ୟାମୀ କାର୍ଜି ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣାମେଣ୍ଟ କରିବା ଉଦ୍ଦେଶ୍ୟ ସମସ୍ତ ଗ୍ରାମ ଗ୍ରାମ ମଧ୍ୟରେ ସୁ ସମ୍ପର୍କ ରହିବା ସହ ଆଜିର ଯୁବ ପିଡି ମାନଙ୍କୁ ଏକତ୍ରିତ କରିବା ନେଇ ଆୟୋଜନ କରିଥିବା କହି ଛନ୍ତି ଆୟୋଜକ । ଏହି କାର୍ଯ୍ୟକ୍ରମ କୁ କିଡ଼ାସିଂ,ଜାଲିବାଡ଼ି ,ଯୁଡ଼ା ଆମ୍ବ ,ପାଡ଼ିଗାଆଁ, ଅଣ୍ଡିରାଗଡ ଭଳି ଅନେକ ଗ୍ରାମର ଯୁବ ଗୋଷ୍ଟି ମାନେ ସହଯୋଗ କରିଥିଲେ । ମୁଖ୍ୟ ଅତିଥି ଗ୍ରାମର ମୁଖିଆ ଅନ୍ତର୍ଯ୍ୟାମୀ କାର୍ଯି ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ବନପାଳ ଶ୍ରୀଯୁକ୍ତ ଦେବରାଜ ଦଳାଇ ,ଅବସର ପ୍ରାପ୍ତ ଶିକ୍ଷକ ତାରିଣୀ ଦଳାଇ ,ୱାର୍ଡ ସଭ୍ୟ ବାଳକୃଷ୍ଣ ଦଳାଇ , ଜଗନ୍ନାଥ ରଣାରାଓ , ଶିକ୍ଷକ କାହ୍ନୁ ଚରଣ ରଣଜିତ୍ ,କୈଳାଶ ଦଳାଇ ,କୁରେଶ ବାହକ ଓ ଯୁବକ ସଂଘ ସଭାପତି ହର୍ଷ କୁମାର ଦଳାଇ ଏବଂ ଗ୍ରାମର ମାନ୍ୟ ଗନ୍ୟ ବ୍ୟକ୍ତି ଙ୍କ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ ।