ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀ କୁ ରାଜ୍ୟସ୍ଥରିୟ ସମ୍ନାନ

ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀ କୁ ରାଜ୍ୟସ୍ଥରିୟ ସମ୍ନାନ
ଆର,ଉଦୟଗିରି (ମନୋଜ କୁମାର ପାଢୀ/ ଗଜପତି ଜିଲ୍ଲାର ନୂଆଗଡ ବ୍ଲକରେ କାର୍ଯ୍ୟରତ ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀକୁ କୃଷକମାନଙ୍କର କ୍ଷୁଦ୍ର ଶସ୍ୟ ଜାତୀୟ ଫସଲ ଉତ୍ପାଦନ ,ପ୍ରକ୍ରିୟାକରଣ ଏବଂ ବିକ୍ରୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣକରି ଛପନ ଲକ୍ଷ ଟଙ୍କାର ବ୍ୟବସାୟ କରିବା ଓ କୃଷକ ମାନଙ୍କୁ ଏକତ୍ରିତ କରାଇ ତାଙ୍କର ଉତ୍ପାଦିତ ସାମଗ୍ରୀକୁ ସଠିକ ଦରରେ ବିକ୍ରୀକରି ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ସମୃଦ୍ଧ କରିବାରେ ସାହାଯ୍ୟ କରିଥିବାରୁ ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀ ଲିଃ. କୁ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ୬୩ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ଏହି ବିଶ୍ୱବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ,ଉପମୁଖ୍ୟ ମନ୍ତୀ , କୃଷି ପ୍ରମୁଖ ସଚିବ ଓ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଉପସ୍ତିତିରେ ସମ୍ନାନିତ କରାଯାଇଛି । ଏହି ସମ୍ନାନ ପାଇଲା ପରେ ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀର ନିର୍ଦେଶୟକ ମଣ୍ଡଳୀ ,ଅଂଶ ଧନଦାତା ଓ କର୍ମଚାରୀଙ୍କ ଗହଣରେ ଏକ ବଡ ଉତ୍ସ୍ଛାହ ଦେଖାଦେଇଛି ଓ ଏହା ଆଗକୁ ଚାଷୀମାନଂକୁ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଛନ୍ତି କମ୍ପନିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦଲାଇ । ଗଜପତି ଜିଲ୍ଲାରେ ଏହି କମ୍ପାନୀ , ନୂଆଗଡ ବ୍ଲକ ରେ ଓଡିଶା ମିଲେଟ ମିଶନ ଓ ବାସନା -ଅଣ ବାସନା ଓ ଦେଶୀ ଧାନ କାର୍ଯ୍ୟକ୍ରମ ରେ କାର୍ଯ୍ୟକାରୀ ସଂସ୍ଥା ଭାବେ କାମକରୁଛି । ଗୋଶାଣୀ ବ୍ଲକ ରେ ବାସନା -ଅଣ ବାସନା ଓ ଦେଶୀ ଧାନ କାର୍ଯ୍ୟକ୍ରମ ରେ କାର୍ଯ୍ୟକାରୀ ସଂସ୍ଥା ଭାବେ କାମକରୁଛି । ଏହି କମ୍ପାନୀ ଟିଡ଼ିସିସି ତରଫରୁ ମଣ୍ଡି ରେ ମାଣ୍ଡିଆ ଓ ତେନ୍ତୁଲି କ୍ରୟ କରିବା ସହିତ ମହୁ ଉତ୍ପାଦନ କରି ବଜାରିକରଣ କରୁଛି ।

Leave a Reply

Your email address will not be published. Required fields are marked *