ମହେନ୍ଦ୍ରଗଡ଼ ହାଇସ୍କୁଲରେ ରେଡ ରିବନ କ୍ଲବର ଏଡ଼ସ ସଚେତନତା ଶିବିର ଆର, ଉଦୟଗିରି(ମନୋଜ କୁମାର ପାଢୀ/ ତା 02.11.24 ରିଖ ରେ ମହେନ୍ଦ୍ରଗଡ଼ ହାଇସ୍କୁଲ ପରିସରରେ ରେଡ ରିବନ କ୍ଳବ ତରଫରୁ ଏଡ଼ସ ସମ୍ବନ୍ଧୀୟ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଏ ଅବସରରେ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀ ଏସ ରାମାରାଓ HIV ଜନିତ ରୋଗ କଣ ? ଓ ତାହାର ନିରାକରଣ ସମ୍ବନ୍ଧରେ ଓ କିଭଳି ନିଜ ନିଜ ପରିବାରରେ, ସାହିରେ ଓ ଗ୍ରାମରେ ସଚେତନତା କରାଯାଇପାରିବ ଯେଭଳି ଏଡ଼ସର ଭୟବହତା ନ ରହିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ | ଶିକ୍ଷକ ଶ୍ରୀ ରାଧାକୃଷ୍ଣ ପଣ୍ଡା ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ |ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପୁରସ୍କୃତ ଶିକ୍ଷକ ତଥା ଜୁନିଅର ରେଡ କ୍ରସର ଜିଲ୍ଲା ସମ୍ବଳ ସାଧନ କର୍ମୀ ଶ୍ରୀ ସୁବାସ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ |
Related Posts

ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ.
*ଓଡ଼ିଶା ଅବସରପ୍ରାପ୍ତ ସରକାରୀ* *କର୍ମଚାରୀ* *ସଂଘ,ପାରଳାଖେମୁଣ୍ଡିର ସ୍ଵତନ୍ତ୍ର* *ବୈଠକ* ଗଜପଢି-: (୨୩.୦୬.୨୦୨୪) ଆଜି ଅପରାହ୍ନରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଅନୁଷ୍ଠାନର ଉପଦେଷ୍ଟା ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର…

ମିଟସ କଲେଜ ର ରୌପ୍ୟ ଜୟନ୍ତୀ ପାଳିତ
ମିଟସ କଲେଜ ର ରୌପ୍ୟ ଜୟନ୍ତୀ ପାଳିତ ରାୟଗଡା : ମିଟସ ଗ୍ରୁପ ଅଧକ୍ଷ ଶ୍ରୀ ବଲକୃଷ୍ଣ ପଣ୍ଡା ଙ୍କ ଦ୍ୱାରା ପରିଚଳିତ ରାୟଗଡା ଜ଼ିଲ୍ଲା ର…

ଭୁବନେଶ୍ୱରରେ ଆରମ୍ଭ ହେଲା ରାଜାରାଣୀ ସଂଗୀତ ମହୋତ୍ସବ
ଭୁବନେଶ୍ୱରରେ ଆରମ୍ଭ ହେଲା ରାଜାରାଣୀ ସଂଗୀତ ମହୋତ୍ସବ ଭୁବନେଶ୍ୱର : ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଆଜିଠାରୁ ଆରମ୍ଭ ହୋଇଯାଇଛି ରାଜାରାଣୀ ସଂଗୀତ ମହୋତ୍ସବ। ଓଡ଼ିଶୀ, ହିନ୍ଦୁସ୍ତାନୀ ଓ…