ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟଦିନ ବିଶ୍ୱ ହସ୍ତୀ ଦିବସ ଆର,ଉଦୟଘିରି( ମନୋଜ କୁମାର ପାଢୀ/ ତା -12/08/2024 ରିଖ ସୋମବାର ଦିନ ବିଶ୍ୱ ହସ୍ତୀ ଦିବସ ଉପଲକ୍ଷେ ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ଓ ରାମଗିରି ବନାଞ୍ଚଳ ଅଧିକାରୀଙ୍କ ମହେନ୍ଦ୍ରଗଡ଼ ସେକ୍ସନ ତରଫରୁ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି |ପ୍ରଥମେ ବିଦ୍ୟାଳୟର ଛାତ୍ର ଛାତ୍ରୀ ବୃନ୍ଦ ବିଦ୍ୟାଳୟ ପରିସରରୁ ବାହାରି ସମଗ୍ର ମହେନ୍ଦ୍ରଗଡ଼ ଗାଁବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ |ଗ୍ରାମ ପରିକ୍ରମା ପରେ ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ଓ ବନପାଳ ଶ୍ରୀ ବିଭୀଷଣ ଭୂୟାଁ ପୁରସ୍କାର ଦେଇ ଉତ୍ସାହିତ କରିଥିଲେ |ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ଓ ବନରକ୍ଷୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଏହାକୁ ପରିଚାଳନା କରିଥିଲେ | ସାଧରଣ ଜ୍ଞାନ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଦୁଇଜଣ ଛାତ୍ର ରମାକାନ୍ତ ନାୟକ ମିଥୁନ ବଡରଇତ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ, ମହେନ୍ଦ୍ରଗଡ଼ର ଜଣେ ଛାତ୍ର ସଚିନ କୋଠଦଳାଇ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ତିନି ଜଣ ଛାତ୍ର ଜିଲ୍ଲା ସ୍ତରରେ ସମ୍ବର୍ଦ୍ଧିତ ହେବା ପାଇଁଆଜି ଯାଇଛନ୍ତି |ଶେଷରେ ଛାତ୍ର ମାନଙ୍କୁ ବିସ୍କୁଟ ବଣ୍ଟନ କରାଯାଇଥିଲା |
Related Posts

ଛେଳିଗଡ ବିସ୍ଥାପିତ କଲୋନୀ ଜିଲ୍ଲା ପ୍ରଶାସନ ସହ ପରିଦର୍ଶନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର ।
ଛେଳିଗଡ ବିସ୍ଥାପିତ କଲୋନୀ ଜିଲ୍ଲା ପ୍ରଶାସନ ସହ ପରିଦର୍ଶନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର । ଆର,ଉଦୟଗିରି (ମନୋଜ କୁମାର ପାଢୀ/୨୫/୬/ ଗଜପତି ଜିଲ୍ଲା ଅନ୍ତର୍ଗତ ଛେଳିଗଡ…

ଲଗାଣ ଝଡବର୍ଷରେ ଭୂଷୁଡିଲା ଘର, ଅଳ୍ପକେ ବତ୍ତିଲେ ପରିବାର ଲୋକେ
ଲଗାଣ ଝଡବର୍ଷରେ ଭୂଷୁଡିଲା ଘର, ଅଳ୍ପକେ ବତ୍ତିଲେ ପରିବାର ଲୋକେ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଦିନ ତମାମ ଲଘୁଚାପ ଜନିତ ଲଗାଣ…

ହରିୟାଣା ବିଧାନସଭା ନିର୍ବାଚନରେ ବିପୁଳ ବିଜୟ
ହରିୟାଣା ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କହିଲେ- ହରିୟାଣାର ଜନତା ତୃତୀୟ ଥର ପଦ୍ମ ଫୁଟାଇଲେ। ଏହା…