ମହୁଲପାଲି ଠାରେ ନିଷ୍ଠା ପରିବାର ତରଫ ରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।
ବରଗଡ ୩୦,୧୨- (ଭବାନୀ ଶଙ୍କର ପାଢ଼ୀ)ବରଗଡ ଜିଲ୍ଲା ଭେଡେନ ବ୍ଲକ ତା-୩୦-୧୨-୨୦୨୪ରିଖ (ସୋମ ବାର) ମହୁଲପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ମହୁଲପାଲି ଠାରେ ଟିହିଁକିପାଲି ର ସ୍ବର୍ଗତ ଦମ୍ପତ୍ତି ଗଙ୍ଗାଧର ପ୍ରଧାନ ଓ ଚମ୍ପାବତୀ ପ୍ରଧାନ ଙ୍କ ସ୍ମୃତିରେ ଏକ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ନିଷ୍ଠା ପରିବାର, ପ୍ରଧାନ ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡା ପାଲି, ବୀରମହାରାଜପୁର ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ସ୍ବର୍ଗତ ଦମ୍ପତ୍ତି ଙ୍କ ଝିଅ ଶ୍ରୀମତୀ ଯଜ୍ଞସିନି ବାରିକ ଜ୍ବାଇଁ ସତ୍ୟ ନାରାୟଣ ବାରିକ, ପୁଅ ରାମେଶ୍ବର ପ୍ରଧାନ ଓ ଉମେଶ୍ଵର ପ୍ରଧାନ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିର ରେ ସର୍ବମୋଟ ୧୩୨ ଜଣ ରୋଗୀ ଙ୍କ ର ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୧୭ ଜଣ ରୋଗୀ ଙ୍କ ର ମାଗଣା ଅସ୍ତ୍ରୋପଚାର ପାଇଁ ଚିହ୍ନଟ ହୋଇଥିଲା। ସେ ଭିତରୁ ମୋଟ ୧୦ଜଣଙ୍କୁ ମହାନଦୀ ନେତ୍ରାଲୟ କୁ ସ୍ବତନ୍ତ୍ର ବସ ଯୋଗେ ପଣ୍ଡାପାଲି ସ୍ଥିତ ଚିକିତ୍ସାଳୟ କୁ ନିଆଯାଇଛି ।ସମସ୍ତଙ୍କ ଚକ୍ଷୁ ଅସ୍ତ୍ରୋପଚାର ପରେ ମହୁଲପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ସମସ୍ତ ଙ୍କୁ ପହଞ୍ଚାଇଦିଆଯିବ।ମହାନଦୀ ନେତ୍ରାଲୟ ଚିକିତ୍ସାଳୟ ପଣ୍ଡାପାଲି, ବୀରମହାରାଜପୁର ର ଡାଃ କୌଶଳ ପଟେଲ, ଟେକ୍ନିସିଆନ ସୁଜିତ ଥପା, ଅନ୍ୟ କର୍ମଚାରୀ ମାନେ ରୋଗୀ ମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ପ୍ରଧାନ ପରିବାର ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ଏହି କାର୍ଯ୍ୟକ୍ରମ କୁ ସୁପରିଚାଳନାରେ ସହଯୋଗ କରିଥିଲେ।