ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ପ୍ରତିବାଦରେ କଳା ବ୍ୟାଜ ପିନ୍ଧି ମହିଳା ଡାକ୍ତର , ନର୍ସ ଓ ଏଏନଏମ: ମାନଙ୍କ ବିକ୍ଷୋଭ ଓ ରାଲି

ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ପ୍ରତିବାଦରେ କଳା ବ୍ୟାଜ ପିନ୍ଧି ମହିଳା ଡାକ୍ତର , ନର୍ସ ଓ ଏଏନଏମ: ମାନଙ୍କ ବିକ୍ଷୋଭ ଓ ରାଲି

ଗଜପତି – ୨୧/୮/ପଶ୍ଚିମବଙ୍ଗର କୋଲକାତା ଠାରେ ଡ୍ୟୁଟି ସମୟରେ ପିଜି: ଡାକ୍ତର ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ବିଭୀଷିକା ଘଟଣାକୁ ନେଇ ଦେଶବ୍ୟାପୀ ଡାକ୍ତର ମାନଙ୍କ ଧର୍ମଘଟ ଓ ହରତାଳ ପ୍ରଭୃତି ଚାଲିଥିବା ବେଳେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ମହିଳା ଡାକ୍ତରଙ୍କ ସମେତ ନର୍ସ , ଏଏନଏମ ଓ ଆଶା ମାନଙ୍କ ଠାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।କୋଲକାତା ଠାରେ ମହିଳା ପିଜି ଡାକ୍ତରଙ୍କ ପ୍ରତି ଘଟି ଯାଇଥିବା ଅମାନୁଷିକ ତଥା ବିଭୀଷିକା ଘଟଣାର ଘୋର ନିନ୍ଦା କରିବା ସହ ଏହାର ପ୍ରତିବାଦରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ମହିଳା ଡାକ୍ତରଙ୍କ ସମେତ ଷ୍ଟାଫନର୍ସ , ନର୍ସ , ସ୍ବାସ୍ଥ୍ୟକର୍ମୀ ଓ ଆଶା ମାନେ ଡ୍ୟୁଟି ସମୟରେ କଲାବ୍ୟାଜ୍ ପିନ୍ଧି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଏଥି ସହ ଏମାନେ ସମସ୍ତେ ପ୍ରସୂତି କାଳୀନ ଓ ଶିଶୁ କେନ୍ଦ୍ର ପରିସରରେ ବ୍ୟାନର ଓ ପ୍ଲାକାର୍ଡ ମାନ ଧରି ମହିଳା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ସୁରକ୍ଷା ଓ ବିଭିନ୍ନ ସୁବିଧା ଯୋଗାଇ ଦେବା କ୍ଷେତ୍ରରେ ସରକାର ତୁରନ୍ତ ଏକ ଆଇନ ଆଣିବା ଉପରେ ବିଭିନ୍ନ ସ୍ଲୋଗାନ ଦେଇ ମୁଖ୍ୟ ଚିକିତ୍ସାଳୟ ପରିକ୍ରମା କରିଥିଲେ ।ଏ ସମ୍ପର୍କରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ସନ୍ଧ୍ୟାରାଣୀ ପାଣିଗ୍ରାହୀ ଏବଂ ରେଡ଼ିଓ ଲୋଜିଷ୍ଟ ଡାକ୍ତର ଜେ: ଅରୁଣା ଘଟଣାକୁ ଘୋର ନିନ୍ଦା କରି କାର୍ଯ୍ୟ ସମୟରେ ମହିଳା ଡାକ୍ତର କି ସ୍ବାସ୍ଥ୍ୟକର୍ମୀ ମାନେ ଆଦୌ ସୁରକ୍ଷିତ ନୁହଁନ୍ତି । ଆମପାଇଁ ସରକାର ସ୍ବତନ୍ତ୍ର ଆଇନ ଆଣି ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା କରାଯାଉ ।ଯାହାକି କାର୍ଯ୍ୟ ସମୟରେ ସୁରକ୍ଷା ନାହିଁ ତ କାମନାହି , ତେଣୁ ଆମପାଇଁ ଅନ୍ୟୁନ ମୌଳିକ ସୁବିଧା ବ୍ୟବସ୍ଥା କରାଯାଉ । ଏ ସବୁ ଯଥୋଚିତ ଦାବୀ ସହିତ ପ୍ରକୃତ ଦୋଷୀକୁ ଉପଯୁକ୍ତ ଦଣ୍ଡବିଧାନ ଦିଆଯାଉ ବୋଲି କହିଥିଲେ ।ସେହିଭଳି ସନ୍ଧ୍ୟା ସମୟରେ ପ୍ୟାଲେସ ଛକ ଠାରୁ ପାରଳା ୟୁଥ୍ କ୍ଲବ୍ ପକ୍ଷରୁ ମଧ୍ୟ କୋଲକାତା ଠାରେ ପିଜି ଡାକ୍ତରୀ ଛାତ୍ରୀ ଉପରେ ଗଣ ବଳାତ୍କାର ଓ ହତ୍ୟା ଘଟଣା ଉପରେ ଏକ ବିରାଟ ରାଲି ବାହାରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ଗଜପତି ଜିଲା ରୁ ମନୋଜ କୁମାର ପାଢୀ ଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *