ମହାରାଷ୍ଟ୍ରକୁ ଚାଲାଣ ବେଳେ ବିପୁଳ ପରିମାଣର ଗଞେଇ ଜବତ ଓ ୬ ଅଭିଯୁକ୍ତ ଅଟକ।
ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଅବକାରୀ ଗୋଇନ୍ଦା ବିଭାଗ ଉପ ଅଧୀକ୍ଷକ କୃତି କାନ୍ତ ରାଉତ ଙ୍କ ନେତୃତ୍ବରେ କିଛି କର୍ମଚାରୀ ଜାତୀୟ ରାଜପଥ କନିଷି ଶିହଳା ରାସ୍ତାରେ ଗୋଟିଏ ଖୋଲା ପଡ଼ିଆରେ ଚଢ଼ାଉ କରି ୬ ଜଣ ଯୁବକ ଧରି ୧୬୦ କିଲୋ ଗଞ୍ଜେଇ ଜବତ କରିଛନ୍ତି ଓ ମହାରାଷ୍ଟ୍ର ରେଜିଷ୍ଟ୍ରେସନ ର ଗୋଟିଏ ଇନୋଭା ଗାଡ଼ିକୁ ଉକ୍ତ ଗଞେଇ ଭର୍ତ୍ତି କରୁଥିବା ବେଳେ ଗୋଟିଏ ଆଷେଣ୍ଟ୍ କାର୍ ଓ ଆଉ ଗୋଟିଏ ବାଲେନ କାର୍ କୁ ବିଭାଗୀୟ କର୍ମଚାରୀ ମାନେ ଜବତ କରିଛନ୍ତି। ଉକ୍ତ ଗଞେଇ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରୁ ଆସୁଥିଲା ଓ ଦୁଇଟି ବସ୍ତାରେ ଦୁଇ କିଲୋ ଲେଖାଏଁ ୮୦ ଟି ପେକେଟ୍ ପ୍ରାୟ ୧୬୦ କିଲୋ ଗଞ୍ଜେଇ ଜଣା ନପଡିବା ଭଳି ଗାଡ଼ି ଭିତରେ ଗୁପ୍ତ ପେଢି ରେ ଆସୁଥିବା ଅବସ୍ଥାରେ ଧରାପଡ଼ିଛି। ଅବକାରୀ ବିଭାଗ ଉକ୍ତ ଗଞେଇ ବେପାରୀ ମାନଙ୍କୁ ଅଟକ ରଖି ଅଧିକ ସୁଚନା ପାଇଁ ଜେରା କରୁଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!