ବରଗଡ ୨୬,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଠାରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଭେଡେନ ବ୍ଲକ କୃଷକ ସଙ୍ଗଠନ ନେତୃତ୍ୱରେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଚାଷୀ ସମାଜର ବୃହତ୍ତର ସ୍ବାର୍ଥ ସମ୍ବଳିତ ଏମ୍ ଏସ୍ ପି ଗ୍ୟାରେଣ୍ଟି କାନୁନ ଲାଗୁ, ଋଣଛାଡ଼, ପେନସନ ବ୍ୟବସ୍ଥା , ସ୍ମାର୍ଟ ମିଟର ପ୍ରତ୍ୟାହାର, କମ୍ପାନୀ କରଣ ବନ୍ଦ ଆଦି ୧୨ଦଫା ଦାବି ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶତାଧିକ ଚାଷୀ ପ୍ରତିନିଧି ସ୍ଥାନୀୟ ବାବା ସିଦ୍ଧେଶ୍ୱର ମନ୍ଦିରରୁ ଏକ ବାଇକ୍ ରେଲିରେ ବାହାରି ସହର ପରିକ୍ରମା ପୂର୍ବକ ତହସିଲ ଅଫିସରେ ପହଞ୍ଚିଥିଲେ। ସେଠାରେ ସଂଯୁକ୍ତ କୃଷକ ସଙ୍ଗଠନ, ବରଗଡ଼ର ଉପଦେଷ୍ଟା ଉତ୍ପନ୍ନ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇ ଅନ୍ନଦାତାର ଜୀବନ ଓ ଜୀବିକାକୁ ସୁବ୍ୟବସ୍ଥିତ କରିବା ପାଇଁ ସର୍ବ ଭାରତୀୟ ସ୍ତରରେ କାର୍ଯ୍ୟରତ ସଂଯୁକ୍ତ କିସାନ୍ ମୋର୍ଚ୍ଚା ନେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହା ସହିତ ଗତ ଖରିଫ୍ ୨୦୨୩ରେ ହୋଇଥିବା ମିଗଜୋମ୍ ବାତ୍ୟା ଜନିତ କ୍ଷତିପୂରଣ ସକାଶେ ବୀମା ଅର୍ଥ ଆଜି ପର୍ଯ୍ୟନ୍ତ ଅର୍ଦ୍ଧାଧିକ କ୍ଷତିଗ୍ରସ୍ତ ଚାଷୀଙ୍କୁ ରିଲାଏନ୍ସ କମ୍ପାନୀ ଦେଇ ନଥିବା ହେତୁ ସମଗ୍ର ଭେଡେନ ବ୍ଲକ ଅଞ୍ଚଳରେ ତା’ର ସଂପୃକ୍ତିରେ ହେଉଥିବା କ୍ରପ୍ କଟିଙ୍ଗ୍ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ତହସିଲଦାରଙ୍କୁ ଅନ୍ୟ ଏକ ଦାବିପତ୍ର ଦିଆଯାଇ ଶୀଘ୍ର ବକେୟା ରାଶି ଦେବା କାର୍ଯ୍ୟକୁ ତ୍ବରାନ୍ବିତ କରିବାଲାଗି ଜଣାଇଥିଲେ। ଅନ୍ୟଥା ଆସନ୍ତା ଡ଼ିସେମ୍ବର ୨୦ତାରିଖରେ ପୂର୍ବରୁ ସ୍ଥଗିତ ଥିବା ରେଳ ରୋକ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରିଥିଲେ। ଆଇନ୍ ପରାମର୍ଶଦାତା ନରେନ୍ଦ୍ର ଭୋଇଙ୍କ ସଂଯୋଜନାରେ ପରିଚାଳିତ ଏହି ସମାବେଶରେ ସଙ୍ଗଠନ ସଂପାଦକ ସୁଦାମ ପାତ୍ର ଉଦ୍ଦେଶ୍ୟ ଜ୍ଞାପନ , ପ୍ରଭାତ ମିଶ୍ର ଓ ନନ୍ଦିଘୋଷ ମିଶ୍ର ପରବର୍ତ୍ତୀ ଆନ୍ଦୋଳନ ରଣନୀତି ସଂପର୍କରେ ଆଲୋଚନା କରିଥିଲେ। ଶେଷରେ ସୋମନାଥ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
Related Posts
ବିଦ୍ୟୁତ ଆଘାତରେ ମୃତ୍ୟୁ
ବିଦ୍ୟୁତ ଆଘାତରେ ମୃତ୍ୟୁ ଆର,ଉଦୟଗିରି- (ମନୋଜ କୁମାର ପାଢୀ):- ମଙ୍ଗଳବାର ମକର ସଂକ୍ରାନ୍ତି ପାଳନ କରିବା ନିମନ୍ତେ ରାମଗିରି ଗାଁ ର କାଳିଆ ନିଜ ଜ୍ବାଇଁ ଘରକୁ…
ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରୁଛନ୍ତି ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରୁଛନ୍ତି ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଓଡ଼ିଆ ସାଂସ୍କୃତିକ କାର୍ତ୍ତିକ ପୁର୍ଣିମା ତଥା ଡ଼ଙ୍ଗା ଭସା ରାୟଗଡା ଜ଼ିଲ୍ଲା ରେ ଧୁମଧାମ ରେ ପାଳିତ
ଓଡ଼ିଆ ସାଂସ୍କୃତିକ କାର୍ତ୍ତିକ ପୁର୍ଣିମା ତଥା ଡ଼ଙ୍ଗା ଭସା ରାୟଗଡା ଜ଼ିଲ୍ଲା ରେ ଧୁମଧାମ ରେ ପାଳିତ ରାୟଗଡା : କାର୍ତ୍ତିକ ମାସ ସାରା ହବିଷ ବ୍ରତ…