ମହାକୁମ୍ଭ ମେଳାରୁ ଫେରନ୍ତା ବୃଦ୍ଧାଙ୍କୁ ଭବ୍ୟ ସ୍ୱାଗତ ଜଣାଇଲେ ଗ୍ରାମବାସୀ

– ମହାକୁମ୍ଭ ମେଳାରୁ ଫେରନ୍ତା ବୃଦ୍ଧାଙ୍କୁ ଭବ୍ୟ ସ୍ୱାଗତ ଜଣାଇଲେ ଗ୍ରାମବାସୀ l

ଆର,ଉଦୟଗିରି(ମନୋଜ ପାଢୀ) – ବିଶ୍ଵ ପ୍ରସିଦ୍ଧ ସବୁଠାରୁ ବଡ ମେଳା ଯାହାକି ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆୟୋଜିତ ମହାକୁମ୍ଭ ମେଳା l ଦେଶ ତଥା ଦେଶ ବାହାରୁ କୋଟି କୋଟି ଶ୍ରଦ୍ଧାଳୁଭକ୍ତଙ୍କ ସମାଗମ ହୋଇଥାଏ ଏହି ସ୍ଥାନରେ l କିନ୍ତୁ ସେହି ଭିଡ ଭିତରେ ଜଣେ ଦୁର୍ଗମ ଅଞ୍ଚଳର ସାଧାରଣ ଲୋକ ସେଠାକୁ ଯିବା କେବେ ସମ୍ଭବପର ହୋଇପାରେ ନାହିଁ l କିନ୍ତୁ ଦୃଢ ମନବଳ ଓ ଇଛାଶକ୍ତି ଯୋଗୁଁ 83 ବର୍ଷୀୟା ଜଣେ ବୃଦ୍ଧା ମହାକୁମ୍ଭ ମେଳା ବୁଲିବା ସହ ଅଯୋଧ୍ୟା, ବନାରସ, ଗୟା ଭଳି ଅନେକ ତୀର୍ଥସ୍ଥାନ ବୁଲି ଆଜି ଘରକୁ ଫେରିଛନ୍ତି l ବୃଦ୍ଧା ଜଣକ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଲବାରସିଂ ଗାଁର ପ୍ରମିଳା ରତ୍ନ ବିଷୋୟୀ l ବୃଦ୍ଧା ଜଣକ ଗାଁରେ ପହଂଚିବା ପରେ ଗାଁର ସମସ୍ତ ମହିଳା ଓ ପୁରୁଷ ଏକତ୍ରିତ ହୋଇ ପୁଷ୍ପ ଚନ୍ଦନ, ଦେଇ ଭବ୍ୟ ସ୍ୱାଗତ କରିବା ସହ ବୃଦ୍ଧାଙ୍କ ଠାରୁ ସମସ୍ତେ ଆଶ୍ରୀବାଦ ନେଇଥିଲେ l ତେବେ ପୂର୍ବରୁ ଏତେ ବୟସ୍କ ଲୋକ ସେ ସ୍ଥାନକୁ ଯିବା ପାଇଁ ସାହସ କରିନଥିଲେ ତେଣୁ ଏହି ଅଂଚଳରେ ଏକ ଖୁସିର ବାତାବରଣ ସୃଷ୍ଟି ହେବାସହ ତାଙ୍କ ଠାରୁ ସମସ୍ତ ବିଷୟ ଶୁଣିବାକୁ ଉତ୍ସାହ କରୁଛନ୍ତି ।

Leave a Reply

Your email address will not be published. Required fields are marked *