*ମର୍ମନ୍ତୁଦ ସଡ଼କ ଦୁର୍ଘଟଣା* *ଚାଲିଗଲା ୨ ଜୀବନ, ୩ ଗୁରୁତର*
ସୁନ୍ଦରଗଡ଼ ଜିଲା ସ୍ଥିତ ବଣାଇଁ ଉପଖଣ୍ଡର ଚାନ୍ଦିପୋଷ ନିକଟସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି।ଏକ ସ୍କର୍ପିଓ (ଓଡ଼ି୧୪କେ-୦୦୦୨) ଗାଡ଼ିରେ ୫ଜଣ ଯୁବକ ରାଉରକେଲାରୁ ଲହୁଣିପଡ଼ା ଫେରୁଥିଲେ। ୧୪୩ ନମ୍ବର ଜାତୀୟ ରାଜପଥ ଚାନ୍ଦିପୋଷ ନିକଟରେ ସ୍କର୍ପିଓ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ଅପରପାର୍ଶ୍ୱ ରାସ୍ତାରେ ଓଲଟି ପଡିଥିଲା। ସେତିକିବେଳେ ଅପରପାର୍ଶ୍ୱ ରାସ୍ତାରେ ଆସୁଥିବା ଏକ ହାଇୱା ସ୍କର୍ପିଓକୁ ଧକ୍କା ଦେଇଥିଲା। ଫଳରେ ସ୍କର୍ପିଓ ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍ମାର୍ ହୋଇଯାଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ରାଉରକେଲା ଡାକ୍ତରଖାନା ପଠା ଯାଇଥିଲା। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସ୍କର୍ପିଓଟି ଲହୁଣିପଡ଼ା ଅଞ୍ଚଳର ଜଣେ ଠିକାଦାରଙ୍କ ବୋଲି ଜଣାପଡଛି। ମୃତକ ତାଙ୍କ ଷ୍ଟାଫ ବୋଲି ପ୍ରାରମ୍ଭିକ ସୂଚନା ମିଳିଛି। ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ । BIG BRAKING NEWS