ମରଣ ଯନ୍ତା ପାଲିଟିଛି ପୂର୍ତ୍ତ ରାସ୍ତା ଠାରୁ ଖେଦାପୋଡ଼ା ଥେରୁବାଲି ଆର ଡି ରାସ୍ତା

ମରଣ ଯନ୍ତା ପାଲିଟିଛି ପୂର୍ତ୍ତ ରାସ୍ତା ଠାରୁ ଖେଦାପୋଡ଼ା ଥେରୁବାଲି ଆର ଡି ରାସ୍ତା

ରାୟଗଡା : ରାୟଗଡା ଗ୍ରାମ୍ୟ ଉନୟନ ବିଭାଗ ର ଏକ ରାସ୍ତା କୋଳନରା ବ୍ଲକ ର ଖେଦାପୋଡ଼ା ପଞ୍ଚାୟତ ମଧ୍ୟ୍ୟ ଦେଇ ଯାଇଛି l ସୂଚନା ଯୋଗ୍ୟଯେ ରାୟଗଡା ବିଷମକଟକ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଆର ଡି ବିଭାଗ ର ଏକ ରାସ୍ତା ଖେଦାପଡା, ଥେରୁବାଲି, ଗୌଡ଼ଗୁଡା, ଗାଦବା ସାହି, ଦେଇଯାଇଛି l ଦୁର୍ଭାଗ୍ୟ ର ବିଷୟ ଏହି କି ଯେ ଏହି ରାସ୍ତା ତି ଅତିଶୋଚନୀୟ ଅବସ୍ଥାରେ ପଡିରହିଥିବାର ଦେଖିବକୁ ମିଳିଛି l ରାସ୍ତା ତି ଖାଲଖୋମା ରେ ପରିଣତ ହୋଇଛି l ଏହି ରାସ୍ତା ଦେଇ ପ୍ରତିଦିନ ସହ ସହ ଜନସାଧାରଣ ମୋଟର ସାଇକେଲ, ସହ ତିନି ଚକିଆ ଜାନ, ଜିପ ପରି ବିଭିନ ଗାଡି ଯିବା ଆସିବା କରିଥାନ୍ତି l ଏହି ରାସ୍ତାରେ ବହୁ ସମୟରେ ଦୁର୍ଘଟଣା ମାନ ଘଟିଥାଏ ଦୁର୍ଘଟଣାରେ ବହୁ ମୂଲ୍ୟବାନ ଜୀବନ ମାନ ମଧ୍ୟ୍ୟ ଚାଲିଯାଇଥିବା ସ୍ଥାନୀୟ ବାସୀ ଅଭିଯୋଗ କରିଛନ୍ତି l ମନ୍ତ୍ରୀ ବିଧାୟକ, ଜ଼ିଲ୍ଲାପାଳ ଙ୍କ ସମତେ ବହୁ ଅଧିକାରୀ ଏହି ରାସ୍ତାରେ ଯାତାୟତ କରିଥାନ୍ତି l ଓଡିଶା ର ପୂର୍ବତନ ରାଜ୍ୟପାଳ ଗଣେଶ ଲାଲ ଜି ଖେଦାପୋଡ଼ା ପଂଚାୟତ ଗସ୍ତରେ ଆସିଥିଲେ l ଏହି ସମୟରେ ସ୍ଥାନୀୟ ସରପଞ୍ଚ ନରସିଂହ କୀଲାକା ମାନ୍ୟବର ରାଜ୍ୟପାଳ ଙ୍କୁ ଏଜି ରାସ୍ତାର ଉନ୍ନତି କରଣ ପାଇଁ ଦୃଷ୍ଟି ଆକର୍ଷଣ କରୁଥିଲେ l ରାଜ୍ୟପାଳ ତତ୍କାଳୀନ ଜ଼ିଲ୍ଲାପାଳ ସ୍ଵଧା ଦେବସିଂ ଙ୍କୁ ଏହି ରାସ୍ତାର ଉନ୍ନତି ନିମନ୍ତେ ଆଦେଶ ଦେଇଥିଲେ l ଜ଼ିଲ୍ଲାପାଳ ବାରମ୍ବାର ଖେଦାପୋଡ଼ା ପଂଚାୟତ ଗସ୍ତ ରେ ଆସି ପାଞ୍ଚୟତ ବିଭିନ୍ନ ଉନତି ସହିତ ଆର ଡି ରାସ୍ତା ର ନିର୍ମାଣ ପାଇଁ ଯୋଜନା କରିଥିଲେ ମଧ୍ୟ୍ୟ ଫଳାଫଳ ଶୂନ ହୋଇରହିଛି l ତତ୍କାଳୀନ ରାୟଗଡା ଜ଼ିଲ୍ଲା ର ବିଜେଡି ର ଏକ ମାତ୍ର ମନ୍ତ୍ରୀ ଜଗନ୍ନାଥ ସାରକା ଖେଦାପୋଡ଼ା ପଂଚାୟତ କୁ ଗେ ଦୁଇ ବର୍ଷ ରେ ପ୍ରାୟ, 20 ଥର ଗସ୍ତ ରେ ଆସି ବିଭିନ୍ନ ଉନୟନ ପ୍ରକଳ୍ପ ନିମନ୍ତେ ଶୁଭ ଦେଇ ନଡ଼ିଆ ଭାଙ୍ଗିବା ର ଦେଖିବାକୁ ମିଳିଥିଲା କିନ୍ତୁ ଆମେ ଅଞ୍ଚଳବାସୀ ଆର ଡି ରାସ୍ତା ର ଉନ୍ନତି ପାଇଁ ବାରମ୍ବାର ଅଭିଯୋଗ କରିଥିଲୁ କିନ୍ତୁ ପୂର୍ବତନ ମନ୍ତ୍ତୀ ଆମ ର ଏହି ରାସ୍ତା ପ୍ରତି କିଛି ଦୃଷ୍ଟି ଦେଲେ ନାହିଁ ବୋଲି ସ୍ଥାନୀୟ ବାସୀ ଅଭିଯୋଗ କରିଛନ୍ତି l ଆଜି ଖେଦାପୋଡ଼ା ପଂଚାୟତ ର ଶତାଧିକ ପୁରୁଷ ଓ ମହିଳା ମାନେ ରାୟଗଡା ଆର ଡି ର ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟଳୟ କୁ ଆସି ଏhi ରାସ୍ତା ର ଉନତି କରଣ ପଶିଣ ଏକ ଦାବି ପତ୍ର deichnti l ନର୍ବାହୀ ଯନ୍ତ୍ରୀ ଙ୍କ ଅନୁପସ୍ଥିତ ରେ ଏସ୍ଟିମେଟର ଙ୍କୁ ଦେଇଛନ୍ତି l ଆସନ୍ତା 15 ଦିନ ମଧ୍ୟରେ ଯଦି ଏହି ରାସ୍ତା ର କାମ ଆରମ୍ଭ ନ ହୁଏ ତାହା ହେଲେ ରାୟଗଡା ଵଉଷମକଟକ ପୂର୍ତ୍ତ ରାସ୍ତା ଖେଦାପୋଡ଼ା ଛକ ଠାରେ ଅବରୋଧ କରାଯିବା ସହିତ ରାୟଗଡା ଆର ଡି ଅଫିସ ସମୁଖ ରେ ଏହି ପଂଚାୟତ ବାସୀ ଧାରଣା ରର ବସିବେ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି l ସରପଞ୍ଚ କୀଲାକା ଙ୍କ ନେତୃତ୍ୱ ରେ ଶତାଧିକ ପୁରୁଷ ଓ ମହିଳା ଆଜି ରାୟଗଡା at ଡି ଅଫିସ କୁ ଆସି ଦାବିପତ୍ର ପ୍ରଦାନ କରିଥିଲେ l ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି ଯେ ରାସ୍ତା ତି ଖାଲ ଖୋମା ରେ ପରିଣତ ହୋଇଥିବାରୁ ଆମ୍ବୁଲାନ୍ସ ରେ ଗର୍ଭବତୀ ମହିଳା ମାନେ ଯାତାୟତ ବହୁ ଅସୁବିଧା ହେଉଛି l ପ୍ରତ୍ୟକ ଦିନ ମୋଟର ସାଇକେଲ ଦୁର୍ଘଟଣାରେ ବହୁ ବ୍ୟକ୍ତି ମୃତ୍ୟୁ ବରଣ କରିଥାନ୍ତି ବୋଲି ସ୍ଥାନୀୟ ଅଧିବାସୀ କହିଛନ୍ତି l. ଯଥାଶୀଘ୍ର ଏହି ରାସ୍ତା ର ନିର୍ମାଣ କାମ ଆରମ୍ବ କରିବା ନିମନ୍ତେ ଦାବି କରିଛନ୍ତି l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *