ମଙ୍ଗଳ ବିଭାଗ ର ବିକଳ ଚିତ୍ର,ଶିରୀଗୁଡା ପ୍ରାଥମିକ ସେବାଶ୍ରମ ରେ ୩୧୯ ପିଲାଙ୍କୁ ୨ ଶିକ୍ଷକ।

ମଙ୍ଗଳ ବିଭାଗ ର ବିକଳ ଚିତ୍ର,ଶିରୀଗୁଡା ପ୍ରାଥମିକ ସେବାଶ୍ରମ ରେ ୩୧୯ ପିଲାଙ୍କୁ ୨ ଶିକ୍ଷକ।

ରାୟଗଡା : ଗୁଡାରି ବ୍ଲକରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଭୁଶୁଡି ପଡିଛି କହିଲେ ଭୁଲ ହେବ ନାହିଁ।  ବ୍ଲକର ଶିରୀଗୁଡା ସ୍ଥିତ ପ୍ରାଥମିକ ସେବାଶ୍ରମ ଏହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି। କଥା ଟା ଶୁଣିବାକୁ ଅଡୁଆ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ। ଏହି ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୧୯ ଜଣ ଛାତ୍ରୀ ଛାତ୍ର ଅଧୟନ କରନ୍ତି। ସେମାନଙ୍କ ମଧ୍ୟରୁ ୨୮୦ ଜଣ ହଷ୍ଟେଲ ରେ ରହି ପଢ଼ୁଥିବା ବେଳେ ୩୯ ଜଣ ଦିବାଧାୟୀ ଛାତ୍ରୀ ଛାତ୍ର ଅଟନ୍ତି। ପ୍ରଥମ ଶ୍ରେଣୀରେ ୫୬ ଜଣ, ଦ୍ୱିତୀୟ ରେ ୬୫ ଜଣ, ତୃତୀୟ ରେ ୮୦ ଜଣ, ଚତୁର୍ଥ ରେ ୬୩ ଜଣ ଓ ପଞ୍ଚମ ଶ୍ରେଣୀରେ ୫୫ ଜଣ ଛାତ୍ରୀଛାତ୍ର ଏହିପରି ମୋଟ ୩୧୯ ଜଣ ଛାତ୍ରୀ ଛାତ୍ର ବିଦ୍ୟାଳୟ ରେ ପାଠ ପଢ଼ନ୍ତି। ଏଠାରେ କାର୍ଯ୍ୟକ୍ଷମ ହଷ୍ଟେଲ ରେ ୧୪୦ ଛାତ୍ରୀ ଓ ୧୪୦ ଜଣ ଛାତ୍ର ମୋଟ ୨୮୦ ଜଣ ରହି ପାଠ ପଢ଼ନ୍ତି। ଦୁଃଖ ଓ ପରିତାପର ବିଷୟ ୫ ଗୋଟି ଶ୍ରେଣୀ ଓ ୩୧୯ ଜଣ ଛାତ୍ରୀଛାତ୍ର ଙ୍କୁ ଶିକ୍ଷାଦାନ ଦେବା ନିମନ୍ତେ ଏଠାରେ ମାତ୍ର ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ନିୟୋଜିତ ଅଛନ୍ତି। ଏହାଛଡ଼ା ଏହି ଶିକ୍ଷକ ଜଣଙ୍କ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହିବା ସହ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଦାୟିତ୍ୱ ତୁଲାଉଛନ୍ତି। ସପ୍ତାହରେ ଅନେକ ଦିନ ବିଭିନ୍ନ ଅଫିସ କାର୍ଯ୍ୟ ନିମନ୍ତେ ପ୍ରଧାନ ଶିକ୍ଷକ ଗୁଡାରି ବ୍ଲକ କାର୍ଯ୍ୟାଳୟ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଯାଇଥାନ୍ତି। ଶିକ୍ଷା ର ବିକାଶ ଦିଗରେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ବୋଲି ମିଥ୍ୟା ଡିଣ୍ଡିମ ପିଟୁଥିବା ବେଳେ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୧୦ କିମି ଦୂରରେ ଥିବା ଏହି ୬୯ ବର୍ଷୀୟ ପୁରାତନ ସେବାଶ୍ରମ ପ୍ରତି ପ୍ରଶାସନ ର ଦୃଷ୍ଟି ପଡୁନଥିବା ପ୍ରକୃତରେ ଦୁର୍ଭାଗ୍ୟଜନକ ଅଟେ। ପ୍ରତି କାର୍ଯ୍ୟ ଦିବସରେ ସକାଳ ୧୦ ଟା ରେ ସ୍କୁଲ ଘଣ୍ଟି ବାଜିଵା ପରେ ଅତି କମରେ ୫ ଗୋଟି ଶ୍ରେଣୀ ନିମନ୍ତେ ୫ ଜଣ ଶିକ୍ଷକ ହାଜିରା ନେବା ନିମନ୍ତେ  ପ୍ରତ୍ୟେକ ଶ୍ରେଣୀ ଗୃହ କୁ ଯିବା ର ବ୍ୟବସ୍ଥା ରହିଛି କିନ୍ତୁ ଏଠାରେ ୨ ଜଣ ଶିକ୍ଷକ କିପରି ଦାୟିତ୍ୱ ତୁଲାଉଥିବେ ତାହା ସହଜରେ ଅନୁମେୟ। ଯେଉଁ ଦିନ ପ୍ରଧାନ ଶିକ୍ଷକ ଅଫିସ କାର୍ଯ୍ୟରେ ବାହାରକୁ ଯାଇଥାନ୍ତି ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *