ମଙ୍ଗଳବାର ଖଡ଼ିଆଳ ସହରରେ 2 ଘଣ୍ଟା ହେଲା ବର୍ଷା,ବିଇଓ କାର୍ଯ୍ୟାଳୟ ରେ ପଶିଲା ପାଣି
ନୂଆପଡା,26/06 :ନୂଆପଡା ଜିଲ୍ଲା ଖଡ଼ିଆଳ ସହରରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଘଣ୍ଟା ପ୍ରବଳ ବର୍ଷା ହୋଇଥିଲା । ଯାହାଫଳରେ ଖଡ଼ିଆଳ ସହରରେ ଥିବା ବିଇଓ କାର୍ଯ୍ୟାଳୟ ପାଣି ପଶି ଯାଇଥିଲା । କାର୍ଯ୍ୟାଳୟ ଦାୟିତ୍ୱଥିବା କର୍ମଚାରୀ ମାନେ ଦୀର୍ଘ ସମୟ ଧରି ପାଣିକୁ ବାହାର କଲା ପରେ ସ୍ୱାଭାବିକ ପରିସ୍ଥିତି ହୋଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଖଡ଼ିଆଳ ସହର ଠାରୁ ନିକଟସ୍ଥ ଗ୍ରାମ ଚଳାନପଡା ଗୋଇମୁଣ୍ଡି, ବରଗାଁ ସାନମହେଶ୍ବର ଅଞ୍ଚଳରେ ଟଳ ବର୍ଷା ହୋଇନଥିବା ଦେଖିବାକୁ ମିଳିଥିଲା ।