ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଲେ ଚାଷୀ

ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଲେ ଚାଷୀ

ନୂଆପାଡ଼ ଜିଲ୍ଲା ଖଡ଼ିଆଳ ଠାରେ ଅଣ ଜଳସେଚିତ ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦିଆ ଯାଇଛି।ନୂଆପଡ଼ା ଜିଲ୍ଲାର ପ୍ରମୁଖ ଜଳ ସେଚନ ପ୍ରକଳ୍ପ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମରୁ ମେଗା ଲିଫ୍ଟ ପ୍ରକଳ୍ପ ଦାବିରେ ଅଣ ଜଳସେଚିତ ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ନୂଆପଡ଼ା ଜିଲ୍ଲା ତରଫରୁ ଖଡ଼ିଆଳ ଓ କୋମନା ବ୍ଲକର ସାନ ମହେଶ୍ୱର, ଝୋଲ ପଥର, ସୁନା ମୁଦି, ଵେନ୍ଦ୍ରା ବହାଲ, ବର ଗାଆଁ, ବଡ ମହେଶ୍ୱର, ଦେଓ ବାହାଲ୍, ଧରମ ସାଗର, ପଲସି ପାଣି, ଚାନ୍ଦୋପଲା, ପୋଡ଼ା ପାଲି, ଭୋଜପୁର, ସଗରିଆ ପଡ଼ା, ଝିତ୍ରି ଝୋଡା, ଚନାବେଡା ଆଦି ଗ୍ରାମର ଚାଷୀ ମାନେ ସେମାନଙ୍କ ଜମିକୁ ଜଳସେଚନ ଦାବି କରି ପୂର୍ବରୁ ଭୋଟ ବର୍ଜନ ର ଚେତାବନୀ ଦେଇଥିଲେ। ଏନେଇ ସେମାନେ ଜିଲ୍ଲାପାଳ ନୂଆପଡ଼ା, ରାଜ୍ୟପାଳ ଓଡ଼ିଶା, ମୁଖ୍ୟମନ୍ତ୍ରୀ ଓଡ଼ିଶା, ନିର୍ବାଚନ କମିଶନର, ମହାମହିମ ରାଷ୍ଟ୍ରପତି ଆଦିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ତରଫରୁ ଚାଷୀ ମାନଙ୍କ ସହିତ ଆଲୋଚନା କରା ଯାଇଥିଲା। ସେମାନଙ୍କ ଦାବି ପୂରଣ କରାଯିବ ଓ ନିର୍ବାଚନ ଆଚରଣ ବିଧି ଉଠିଗଲା ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା। ଏହାପରେ ସମସ୍ତ ଗ୍ରାମର ଶତାଧିକ ଚାଷୀ ଆଲୋଚନା କରିବା ସହ ଭୋଟ ବର୍ଜନ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ସହମତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଚାଷୀ ନେତା।

Leave a Reply

Your email address will not be published. Required fields are marked *