ଭେଡେନ ବ୍ଲକ ମହୁଲପାଲି ପଞ୍ଚାୟତ ର ନିଲମ୍ବିତ ସରପଞ୍ଚ ବିଜୟ କର୍ମୀ ପୁଣି ସରପଞ୍ଚ ଦାୟିତ୍ଵ ନିର୍ବାହ କଲେ।

ଭେଡେନ ବ୍ଲକ ମହୁଲପାଲି ପଞ୍ଚାୟତ ର ନିଲମ୍ବିତ ସରପଞ୍ଚ ବିଜୟ କର୍ମୀ ପୁଣି ସରପଞ୍ଚ ଦାୟିତ୍ଵ ନିର୍ବାହ କଲେ।

ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ ମହୁଲପାଲି ପଞ୍ଚାୟତ ର ଯୁବ ସରପଞ୍ଚ ବିଜୟ କର୍ମୀ କିଛି ମାସ ର ନିଲମ୍ବନ ପରେ ତାରିଖ ୬,୯,୨୪ ଦିନ ସରପଞ୍ଚ ପଦବୀରେ ଯୋଗଦାନ କରିଛନ୍ତି। । ଏଡିଇଓ ଭୈରବ ଭୋଇ, ପଂଚାୟତ ନିର୍ବାହୀ ଅଧିକାରୀ କୁନ୍ତୀ ଭୋଇ,ନାଏବ ସରପଞ୍ଚ ଅହଲ୍ୟା ସେଠ୍ ଙ୍କ ଉପସ୍ଥିତରେ ଦାୟିତ୍ୱ ଗ୍ରହଣ କଲେ। ଏହି ସମୟରେ ପୂର୍ବତନ ସରପଞ୍ଚ କାମାକ୍ଷୀ ପ୍ରସାଦ ଭୋଇ ଙ୍କ ସହ ଗ୍ରାମ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ପ୍ରଶାସନିକ ଅଧିକାରୀ ତାଙ୍କର କିଛି ଭୁଲ ଥିବା ଦର୍ଶାଇ ତାଙ୍କୁ ନିଲମ୍ବିତ କରାଯାଇଥିଲା।ପୁଣି ସରକାରୀ ସ୍ତରରେ ଉପଯୁକ୍ତ ପ୍ରମାଣ ଅଭାବରୁ ପୁଣି ସରପଞ୍ଚ ଦାଇତ୍ବ ଦେବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଥିଲା। ଫଳରେ ସମଗ୍ର ବରଗଡ ଜିଲ୍ଲା ରେ ଚର୍ଚ୍ଚା ବିଷୟ ହୋଇଛି। ସମଗ୍ର ମହୁଲପାଲି ପଞ୍ଚାୟତ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *