ଭେଡେନ ପୋଲିସ, ଜିଲ୍ଲା ସ୍ଵାସ୍ଥ୍ଯ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ସର୍ବ ସାଧାରଣ ସ୍ଥାନଗୁଡ଼ିକୁ ରେ ତମାଖୁ, ନିଶା ଦ୍ରବ୍ଯ ବିକ୍ରି ନକରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଭେଡେନ ପୋଲିସ, ଜିଲ୍ଲା ସ୍ଵାସ୍ଥ୍ଯ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ସର୍ବ ସାଧାରଣ ସ୍ଥାନଗୁଡ଼ିକୁ ରେ ତମାଖୁ, ନିଶା ଦ୍ରବ୍ଯ ବିକ୍ରି ନକରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବରଗଡ଼ – ୨୨,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଥାନା ର ଥୁଆପାଲି, ଝରାପାଲି ମାର୍କେଟ ଓ ବିଭିନ୍ନ ଅଂଚଳରେ ଭେଡେନ ଥାନା ପୋଲିସ, ବରଗଡ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ସର୍ବ ସାଧାରଣ ସ୍ଥାନଗୁଡ଼ିକୁ ରେ COTPA (ତମାଖୁ ନିୟନ୍ତ୍ରଣ) ନିୟମ ଭଙ୍ଗ କରି ସର୍ବସାଧାରଣ ସ୍ଥାନମାନଙ୍କରେ ତମାଖୁ ବିକ୍ରି କରୁଥିବା ୧୨ଜଣ ନିୟମ ଖିଲାପକାରୀଙ୍କ ଠାରୁ ସମୁଦାୟ ଟ ୨୮୦୦/କାଂ ଜରିମାନା ଆଦାୟ କରାଯାଇଛି। ଜନସାଧାରଣ ଙ୍କୁ ଖାଦ୍ୟ ରେ ରଂଗ ବ୍ଯବହାର ନ କରିବା, ଖବରକାଗଜ ରେ ଖାଦ୍ୟ ସାମଗ୍ରୀ ନ ଦେବା ଓ ତମାଖୁ ସେବନ ସ୍ୱାସ୍ଥ୍ୟ କ୍ଷତିକାରକ ବୋଲି ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏହି ମିଳିତ କାର୍ଯ୍ୟକାରୀ ସ୍କାର୍ଡ ରେ ଭେଡେନ ଥାନା ର ଆଇଆଇସି ପ୍ରେମଜିତ ଦାଶ , ବରଗଡ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପରମେଶ୍ଵର ନାୟକ,ଜିଲ୍ଲା ପରମର୍ଶଦାତା ସିତେଶ ତ୍ରିପାଠୀ, ଅବକାରୀ ବିଭାଗ ର ଇ/ସି ପ୍ରଦୀପ ସାହୁ ଓ ସୁକାନ୍ତ ବଢେଇ ଏବଂ ଭେଡେନ ପୋଲିସ ଉପସ୍ଥିତଥିଲେ।

Leave a Reply

Your email address will not be published. Required fields are marked *