ଭେଡେନ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଗୋଷ୍ଠୀ ଶିକ୍ଷl କାର୍ଯ୍ୟାଳୟ, ଭେଡେନ ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ବି. ଇ. ଓ. ମଛିନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟl ପଦ୍ମିନୀ ଗଡତିଆ, ସମ୍ମାନିତ ଅତିଥି ଭେଡେନ ସରପଞ୍ଚ ଅକ୍ଷୟ ନାଏକ, ନଗରିକ କମିଟି ସଭାପତି ସ୍ଵାଧୀନ ରଥ ଓ ସୂର୍ୟମଣୀ ଜନତା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର୍ ନାଏକ ଯୋଗ ଦେଇ ମା ସରସ୍ବତୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ନୃତ୍ୟ, ମ୍ୟୁଜିକ ଚେୟାର ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା l ସର୍ବମୋଟ୍ ୮୦ ଜଣ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଯୋଗ ଦେଇ ଅଂଶଗ୍ରହଣ କରିଥିଲେ l ଉଦଯାପନୀ ଉତ୍ସବରେ ବି. ଇ. ଓ. ମଛିନ୍ଦ୍ର ମଲ୍ଲିକ, ଏ. ବି. ଇ. ଓ. ହେମବତୀ ମେହେର, ଅଭିମନ୍ୟୁ ଭୋଇ, ବି.ଆର୍. ଟି. ଦେବlର୍ଚ୍ଚନ ପୂଝାରୀ, କଳ୍ପନା ବଘlର , ରେମଣ୍ଡl ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ହୋତା ଓ ସମସ୍ତ ସି.ଆର୍. ସି. ସି.ଙ୍କ ଉପସ୍ଥିତିରେ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଗଲା l କାର୍ଯକ୍ରମକୁ ଶିକ୍ଷକ ଗୋବିନ୍ଦ ସେଠ୍ ଓ ଆଶିଷ କୁମାର ଦେଓ ପରିଚାଳନl କରିଥିଲେ l ଅବସର ପ୍ରାପ୍ତ ଖେଳ ଶିକ୍ଷକ ଗୁରୁଦେବ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ ଶିକ୍ଷକ ବୁଲୁ ଶତପଥୀ ଉଦଘାଟନୀ ଓ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ l ସି. ଆର୍. ସି. ସି . ଅମିତ୍ ତ୍ରିପାଠୀଙ୍କ ଧନ୍ୟବାଦ୍ ଅର୍ପଣ ସହ, ସମସ୍ତ ଅଫିସ୍ କର୍ମଚାରୀ ଓ ସମସ୍ତ ସି.ଆର. ସି. ସି. ସହଯୋଗ କରିଥିଲେ l