ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆରମ୍ଭ
ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେଲା ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ। ଏହି ତିନି ଦିନିଆ ସମ୍ମିଳନୀରେ ଉଦବୋଧନ ଦେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଲେ ଯେ ବିକଶିତ ଭାରତ ଲକ୍ଷ୍ୟର ନେତୃତ୍ବ ନେବେ ଯୁବବର୍ଗ।ଅମ୍ରିତ କାଳରୁ ବିକଶିତ ଭାରତର ଲକ୍ଷ୍ୟ ନେଇ ଆଗଉଛୁ। ବିକଶିତ ଭାରତ ଲକ୍ଷ୍ୟର ନେତୃତ୍ବ ନେବେ ଯୁବ ସମାଜ।ଓଡ଼ିଶାରେ ପ୍ରଥମ ଥର ଏହି ସମ୍ମେଳନ ଆୟୋଜିତ ହେଉଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରବାସୀ ଭାରତୀୟ ପୁରୀ, କୋଣାର୍କ, ଧଉଳି ଓ ଚିଲିକା ହ୍ରଦ ବୁଲିବାକୁ ଯାଆନ୍ତୁ।ଓଡ଼ିଶାର ରସଗୋଲା, ଛେନାପୋଡ଼ ଓ ଡାଲମାର ମଜା ନିଅନ୍ତୁ।ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ସ୍ବତନ୍ତ୍ର। ପ୍ରବାସୀ ଭାରତୀୟ ଆମ ସାଂସ୍କୃତିକ ରାଜଦୂତ।ନିଜ ଅଭିଭାଷଣରେ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟଙ୍କ ସମ୍ବୋଧନ ଦେଇ କହିଛନ୍ତି ଯେ ୨୦୪୭ ସୁଦ୍ଧା ଦେଶକୁ ବିକଶିତ କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ।ବିକଶିତ ଭାରତ ଗଠନରେ ଯୁବ ସମାଜ ବଡ଼ ଭୂମିକା ରହିଛି।ଏହି ସମ୍ମିଳନୀକୁ ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ୭୦ ଦେଶରୁ ୪୦୦୦ ରୁ ଅଧିକ ପ୍ରବାସୀ ଭାରତୀୟ ଯୋଗଦେଇଛନ୍ତି।


