ଭୁବନେଶ୍ୱରରେ ଡ୍ରେନ ପାଣିରେ ଭାସିଗଲା ନାବାଳକ; ମୁକୁଳା ଡ୍ରେନ ସମସ୍ୟାର ତୁରନ୍ତ ସମାଧାନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ଵର: (ଅଭିଷେକ ମହାନ୍ତ)ଭୁବନେଶ୍ୱରରେ ଡ୍ରେନ ପାଣି ସୁଅରେ ଭାସିଗଲା ନାବାଳକ । ୟୁନିଟ-୩ ମସଜିଦ ପାଖରୁ ଭାସିଯାଇଥିବା ନାବାଳକ ଲକ୍ଷ୍ମୀସାଗରରୁ ଉଦ୍ଧାର ହୋଇଥିଲା। ଉଦ୍ଧାର ପରେ କ୍ୟାପିଟାଲ ହସ୍ପିଟାଲରେ ନାବାଳକକୁ ମୃତ ଘୋଷଣା କଲେ ଡାକ୍ତର।ମୁକୁଳା ଡ୍ରେନ ରେ ପଡ଼ି ଅନେକ ଜୀବନ ନଷ୍ଟ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଭୁବନେଶ୍ଵରର ସବୁ ମୁକୁଳା ଡ୍ରେନ ଗୁଡ଼ିକୁ ତୁରନ୍ତ ବନ୍ଦ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ମୁକୁଳା ଡ୍ରେନ ସମସ୍ୟା ର ତୁରନ୍ତ ସମାଧାନ ପାଇଁ ସେ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।