ଭୁବନେଶ୍ୱରରେ ଆରମ୍ଭ ହେଲା ରାଜାରାଣୀ ସଂଗୀତ ମହୋତ୍ସବ ଭୁବନେଶ୍ୱର : ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଆଜିଠାରୁ ଆରମ୍ଭ ହୋଇଯାଇଛି ରାଜାରାଣୀ ସଂଗୀତ ମହୋତ୍ସବ। ଓଡ଼ିଶୀ, ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଂଗୀତ ପରିବେଷଣ ପାଇଁ ପ୍ରସ୍ତୁତ ହୋଇରହିଛି ରାଜାରାଣୀ ମୁକ୍ତାକାଶ ସାଂସ୍କୃତିକ ମଞ୍ଚ।ଆଜିର ଉଦଘାଟନୀ ସମାରୋହରେ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଅତିଥି ଭାବେ ଯୋଗଦେଇ କଣ୍ଠଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଆଜିର ପ୍ରଥମ ଦିନର ସାଂସ୍କୃତିକ ସନ୍ଧ୍ୟାରେ ସତ୍ୟବ୍ରତ କାଠ ଓ ଗ୍ରୁପ ଓଡ଼ିଶୀ ସଂଗୀତ ଓ କିରୱାନୀ ରାଗରେ ହିନ୍ଦୁସ୍ତାନୀ ସଂଗୀତ ପରିବେଷଣ କରିଥିବାବେଳେ ମହେଶ ବିନାୟକରାମ ଏବଂ ଗ୍ରୁପଙ୍କ ଦ୍ୱାରା କର୍ଣ୍ଣାଟକୀ ସଂଗୀତ ପରିବେଷଣ କରାଯାଇଥିଲା।ପ୍ରକାଶଯୋଗ୍ୟ ଯେ, ରାଜାରାଣୀ ସଂଗୀତ ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୧ ଜାନୁୟାରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜାରାଣୀ ମୁକ୍ତାକାଶ ସାଂସ୍କୃତିକ ମଞ୍ଚରେ କଣ୍ଠଶିଳ୍ପୀମାନେ ଓଡ଼ିଶୀ, ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଂଗୀତ ପରିବେଷଣ କରିବା ସହ ବିଭିନ୍ନ ବାଦ୍ୟ ଦ୍ୱାରା ମଧ୍ୟ ସଂଗୀତକାରମାନେ ସଂଗୀତ ପରିବେଷଣ କରିବେ। ଏହି ସମୟ ମଧ୍ୟରେ ପ୍ରବାସୀ ଭାରତୀୟ ଦିବସ ମଧ୍ୟ ଅନୁଷ୍ଠିତ ହେଉଥିବାରୁ ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଅତିଥିମାନେ ମଧ୍ୟ ଏହି ମହୋତ୍ସବ ମାଧ୍ୟମରେ ଆମ ଗୌରବମୟ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧରେ ଅବଗତ ହୋଇପାରିବେ ବୋଲି ଲକ୍ଷ୍ୟ ରଖାଯାଇଛି।
Related Posts
ବରିଷ୍ଠ ବିଜେଡି ନେତ୍ରୀ ବିଜେପିରେ ଯୋଗ ଦେଲେ
ବରିଷ୍ଠ ବିଜେଡି ନେତ୍ରୀ ବିଜେପିରେ ଯୋଗ ଦେଲେ ଗଜପତି ,(୪/୫/୨୦୨୪ ): ଗଜପତି ଜିଲ୍ଲାର ବହୁ ପୁରାତନ ତଥା ବରିଷ୍ଠ ବିଜେଡି ନେତ୍ରୀ ଇନ୍ଦିରା ପଟ୍ଟନାୟକ ବିଜେଡିରୁ…
ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁଦିବସ ପାଳନ
ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁଦିବସ ପାଳନ କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ଗ୍ରାମପଞ୍ଚାୟତ ନିକଟସ୍ଥ…
ତପ୍ତପାଣି ଘାଟିରେ ଓଲଟିଲା ଟ୍ରକ୍, ଜଣେ ମୃତ
ତପ୍ତପାଣି ଘାଟିରେ ଓଲଟିଲା ଟ୍ରକ୍, ଜଣେ ମୃତ ବ୍ରହ୍ମପୁର:( ଅଭିଷେକ ମହାନ୍ତି) ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସିଲା ଟ୍ରକ୍। ଟ୍ରକ୍ ଡ୍ରାଇଭରଙ୍କ…