ଭୁବନେଶ୍ବରରେ ଯୁଦ୍ଧକାଳୀନ ଭିତ୍ତିରେ ସରିବ ମୁକୁଳା ଡ୍ରେନ୍ କାମ
ଭୁବନେଶ୍ୱର: ଭୁବନେଶ୍ବରରେ ଯୁଦ୍ଧକାଳୀନ ଭିତ୍ତିରେ ମୁକୁଳା ଡ୍ରେନ୍ କାମ ସରିବା ପାଇଁ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି।ମାସକରେ ମୁକୁଳା ଡ୍ରେନ୍ରେ ପଡ଼ିବ ସ୍ଲାବ। ସପ୍ତାହକରେ ବାରିକେଡ କାମ ସରିବ ବୋଲି ସୂଚନା ଦେଲେ ବିଏମ୍ ସି କମିଶନର ରାଜେଶ ପ୍ରଭାକର ପାଟିଲ।ଭୁବନେଶ୍ବରରେ ମୋଟ ୧୮୦୦ କିମି ଡ୍ରେନ୍ ରହିଛି। ବିଏମ୍ସି ଅଧୀନରେ ୧୩୮୦ କିମି ଡ୍ରେନ୍ ଓ ୨୭ କିମି ମୁକୁଳା ଡ୍ରେନ୍।କିଛି ସ୍ଥାନରେ ଜବରଦଖଲ ରହିଛି। ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଉଛି।ବ୍ୟାରିକେଡ୍ ପାଇଁ ୩୪ଟି ସ୍ଥାନ ଚିହ୍ନଟ କରାଯାଇଛି ।