ଭିଜିଲାନ୍ସ ଜାଲରେ ବେଗୁନିଆପଡ଼ା ସି ଡି ପି ଓ।
ଗଞ୍ଜାମ:ଆଜି ବ୍ରହ୍ମପୁର “ଦୁର୍ନୀତି ନିବାରଣ” ବିଭାଗ କର୍ମଚାରୀମାନେ ବେଗୁନିଆପଡ଼ା ସି ଡି ପି ଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ଙ୍କୁ ଲାଞ୍ଚ ନେବାବେଳେ କାବୁ କରି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ସୁଚନା ଅନୁଯାୟୀ ଜଣାପଡିଛି ଯେ ସି ଡି ପି ଓ ମହାଶୟା ଜନୈକା ଅଙ୍ଗନବାଡ଼ି କର୍ମଚାରୀଙ୍କ ର ଦରମା ଟଙ୍କାକୁ ମଞ୍ଜୁର କରିବା ପାଇଁ ନଗଦ ୧୨ ହଜାର ଟଙ୍କା ଦାବୀ କରିଥିଲେ। ଯଦ୍ଵାରା କର୍ମୀ ଜଣଂକ ଏହି ଲାଞ୍ଚ ବିଷୟରେ ଦୁର୍ନୀତି ନିବାରଣ ବିଭାଗ ବ୍ରହ୍ମପୁର ଠାରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶନାରେ କିଛି କର୍ମଚାରୀ ବେଗୁନିଆପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପୁର୍ବ ପ୍ରସ୍ତୁତି ଛକି ରହିଥିଲେ ଓ ଅଙ୍ଗନବାଡ଼ି କର୍ମୀ ଙ୍କ ଠାରୁ ଲାଞ୍ଚ ଟଙ୍କା ନେବା ବେଳେ ଧରିଥିଲେ। ଏଥି ସହିତ ସି ଡି ପି ଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ଙ୍କର ଅନ୍ୟ ୩ ଟି ସ୍ଥାନରେ ଚଢ଼ାଉ କରି ହିସାବ ବହିର୍ଭୁତ ସମ୍ପତ୍ତି ବିଷୟରେ ଖୋଳତାଡ଼ ଆରମ୍ଭ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!