ଭାରସାମ୍ୟ ହରାଇ ଗଛକୁ ବାଡ଼େଇ କାର ଡ୍ରାଇଭର ମୃତ୍ୟୁ, ଜଣେ ଗୁରୁତର

ଭାରସାମ୍ୟ ହରାଇ ଗଛକୁ ବାଡ଼େଇ କାର ଡ୍ରାଇଭର ମୃତ୍ୟୁ, ଜଣେ ଗୁରୁତର

କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଥାନ ଅଧିନସ୍ଥ ଡୁଙ୍ଗିଗ୍ରାମ ଠାରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଜଣେ ଗୁରୁତର l ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ବେଲ ଗୁଣ୍ଠା ଠାରୁ ଟିକାବାଲି ଅଭିମୁଖେ ଏକ କାର ରାତ୍ରୀ ପ୍ରାୟ ୧୨.୩୦ ଘଣ୍ଟା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହେବା ଦ୍ୱାରା ଡ୍ରାଇଭର ଜଣକର ମୃତ୍ୟୁ ଘଟିଛି ଥିବା ବେଳେ ଆଉ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି l ଦୃଘଟଣାରେ ମୃତକ ହୋଇଥିବା ଜଣକ ହେଲେ ବେଲ ଗୁଣ୍ଠା ବ୍ଲକ୍ ତନଡା ଗ୍ରାମର ଶୁଭେନ୍ଦୁ ସ୍ୱାଇଁ, ବୟଷ ( ୨୫)ଗୁରୁତର ଜଣକ ହେଲେ ଭଞ୍ଜନଗର ଅଂଚଳର ମିଲନ ପାଢ଼ୀ ,ବୟଷ ( ୨୪)ହୋଇ ଥିବା ପୁଲିସ ସୂଚନା ଦେଇଛି l ଦୃଘଟଣାର ଖବର ପାଇ ଟିକାବାଲି ଅଗ୍ନିଶମ କର୍ମଚାରୀ , ହିୟୁମାନିଟି ସଦସ୍ୟ, ଏବଂ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମିଳିତ ଉଦ୍ୟମରେ ଘଟଣା ସ୍ଥଳରେ ପହଞ୍ଚି ମୃତ ଯୁବକଙ୍କୁ ଓ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲା l ହେଲେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ l ବର୍ତ୍ତମାନ ମୃତ ଦେହ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରେ ରଖା ଯାଇ ଘଟଣାର ତଦନ୍ତ ଚାଲି ଥିବା ପୁଲିସ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *