ଭାରତ ର ତୃତୀୟ ଶ୍ରେଷ୍ଠ ଆକାଂକ୍ଷା ବ୍ଲକ ଭାବେ ପଦ୍ମପୁର ବ୍ଲକ ବିବେଚିତ ହୋଇଥିବା ରୁ ଚଇତି 2024 ରେ ସମ୍ମାନିତ
ରାୟଗଡା : ରାୟଗଡା ଜ଼ିଲ୍ଲା ର ପଦ୍ମପୁର ବ୍ଲକ ଆକାଂକ୍ଷା ବ୍ଲକ ମାନଦଣ୍ଡ ରେ ଭାରତ ରେ ପଦ୍ମପୁର ବ୍ଲକ ତୃତୀୟ ସ୍ଥାନ ରେ ରହିଥିବା ରୁ ରାୟଗଡା ଜ଼ିଲ୍ଲା ର ଲୋକ ମୋହତ୍ସବ ଚଇତି 2024 ର ଶେଷ ଦିବସ 04/01/2025 ରେ ପଦ୍ମପୁର ବ୍ଲକ କୁ ସମ୍ମାନିତ କରାଯାଇଛି l ସୂଚନା ଯୋଗ୍ୟଯେ ନୀତି ଆୟୋଗ ପକ୍ଷରୁ ପଦ୍ମପୁର ବ୍ଲକ କୁ ପୁରସ୍କାର ଭାବେ ଦେଢ଼ କୋଟି ଟଙ୍କା ଦିଆଯାଇଥିଲା ଏହି ପୁରସ୍କାର ରାଶି ଓ ମାନପତ୍ର କୁ ରାୟଗଡା ଜ଼ିଲ୍ଲାପାଳ ଚଇତି ଉତ୍ସବ ର ଉଦଯାପନୀ ଦିବସ ରେ ନୀତି ଆୟୋଗ ଦ୍ୱାରା ନିଯୁକ୍ତିପ୍ରାପ୍ତ ଅଧିକାରିଣୀ ସୀମା ସ୍ମାରିକ ରାୟ ଉପସ୍ଥିତ ରହି ଗ୍ରହଣ କରିଛନ୍ତି l ପଦ୍ମପୁର ବ୍ଲକ ପ୍ରଶାସନ ର ଦକ୍ଷତା ଓ କାର୍ଯ୍ୟଶୈଳୀ ତଥା ଟିମ ୱାର୍କ ନିମନ୍ତେ ଏହା ସମ୍ବଭ ହୋଇପାରିଛି ବୋଲି ବ୍ଲକ ଗୋଷ୍ଠୀ ଉନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ କହିଛନ୍ତି l ଏହି ପୁରସ୍କାର ରାଶି କୁ ଶିକ୍ଷା ସ୍ୱାସ୍ଥ୍ୟ, ସମନିତ୍ବ ଶିଶୁ ବିକାଶ, ଡ୍ରପ ଆଉଟ ଛାତ୍ର ଛାତ୍ରୀ ଙ୍କ ଥଇଥାନ ପରି ବିଭିନ୍ନ ସାମଗ୍ରୀକ ବିକାଶ କ୍ଷେତ୍ରରେ ଉପଯୋଗ କରାଯିବା ନିମନ୍ତେ ନୀତି ଆୟୋଗ ପକ୍ଷରୁ ପଦ୍ମପୁର ବ୍ଲକ ପ୍ରସାଶନ କୁ ଚିଠି ମାଧ୍ୟମରେ ଜଣାଯାଯାଇଥିବା ବିଡ଼ିଓ ପଦ୍ମପୁର କହିଛନ୍ତି l ନୀତିଆୟୋଗ ଦ୍ୱାରା ଓଡିଶା ର 29 ବ୍ଲକ କୁ ଆକାଂକ୍ଷା ବ୍ଲକ ଭାବେ ନିଆଯାଇଥିଲା କିନ୍ତୁ ଏଥିରେ ରାୟଗଡା ଜ଼ିଲ୍ଲା ର ମୁନିଗୁଡା ଓ ପଦ୍ମପୁର ବ୍ଲକ ସାମିଲ ହୋଇଥିଲା l ସମଗ୍ର ଭାରତ ର 500 ବ୍ଲକ ଆଙ୍କାଂକ୍ଷା ଜ଼ିଲ୍ଲା ବ୍ଲକ ରହିଛି କିନ୍ତୁ ଆକାଂକ୍ଷା ବ୍ଲକ ତାଲିକାରେ ଡେଲଟା ରେକିଙ୍ଗ ରେ ପଦ୍ମପୁର ବ୍ଲକ ତୃତୀୟ ସ୍ଥାନ ରହିଥିଲା l ପଦ୍ମପୁର ବ୍ଲକ ଶିକ୍ଷା, ସ୍ୱାସ୍ଥ୍ୟ, ସମନ୍ବିତ ଶିଶୁ ବିକାଶ, ଡ୍ରପ ଆଉଟ ଛାତ୍ର ଛାତ୍ରୀ ଙ୍କ ଥଇଥାନ ନିମନ୍ତେ ପଦ୍ମପୁର ବ୍ଲକ କୁ ଉଲେଖନୀୟ ସଫଳତା ମିଳିଛି l ଏହାର ଶ୍ରେୟ ପଦ୍ମପୁର ବ୍ଲକ ର ପ୍ରଶାସନ ସହିତ ସମସ୍ତ କାର୍ଯ୍ୟରତ ସମସ୍ତ ସଂସ୍ଥା କର୍ମଚାରୀ ଙ୍କୁ ଯିବ ବୋଲି ବିଡ଼ିଓ ଶିବ ପ୍ରସାଦ ପଟ୍ଟନାୟକ କହିଛନ୍ତି l ପଦ୍ମପୁର ବ୍ଲକ ପ୍ରଶାସନ ର ଏଭଳି ସଫଳତା ନିମନ୍ତେ ଜ଼ିଲ୍ଲାପାଳ, ପୋଲିସ ଏସ ପି, କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ରାୟଗଡା ବିଧାୟକ ଆପଲସ୍ୱାମୀ କାଡ୍ରକା, ଗୁଣୁପୁର ବିଧାୟକ ସତ୍ୟଜିତ ଗୋମାଙ୍ଗ, ବିଷମକଟକ ବିଧାୟକ ନୀଳମାଧଵ ହିକକା ଚଇତି ମଞ୍ଚରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ