ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସଂକ୍ରିଡା ପଞ୍ଚାୟତ ର ବାମଦେବ ପାଢ଼ୀ ଉଚ୍ଚ ବିଦ୍ୟାଳୟ ଝରାପାଲି ଠାରେ ପପଂଗା ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ “ମାଁ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପପଂଗା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ସମିର ମେହେର କଂ ଉଦ୍ୟମ କ୍ରମେ ବିଦ୍ୟାଳୟର ପରିସରରେ ବିଭିନ୍ନ ପ୍ରକାର ଫଳ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ରଶ୍ମିରଞ୍ଜନ ପାଢୀ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶରତ ପ୍ରଧାନ, ପ୍ରମୋଦ ଦାଶ, ପୂର୍ବତନ ସରପଞ୍ଚ ରାଜକିଶୋର ମେହେର, ସୁବାଷିନୀ ମେହେର ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉତ୍ତମ ପୁରୋହିତ, ଶିକ୍ଷକ ସଚିନ୍ଦ୍ର କର୍ଣ୍ଣ, ଡ଼ୋଲାମଣୀ କୁଦେଇ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଫଳ ଗଛର ଚାରା ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟ ର ପ୍ରକୃତି ବନ୍ଧୁ ତଥା ବିଜ୍ଞାନ ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Related Posts

ନିର୍ବାଚନ ଡ୍ୟୁଟି ସମୟରେ ହୃଦଘାତ ଯୋଗୁଁ ଶିକ୍ଷକଙ୍କ ମୃତ୍ୟୁ
ବଲାଙ୍ଗିର: ଶୁଶିଲ କୁମାର ଆଚାର୍ଯ୍ୟ ନିର୍ବାଚନ ଡ୍ୟୁଟି ସମୟରେ ହୃଦଘାତ ହୋଇଥିବା ଅଭିଯୋଗଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ। ମୃତକଙ୍କ ନାଁ ହେଉଛି ଶୁଶିଲ କୁମାର…

ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବର୍ଷା ବିତ୍ପାତ ପରେ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ମାଲକାନଗିରି ଜିଲ୍ଲା ନୋଡାଲ ଅଫିସର ତଥା ଭିନ୍ନକ୍ଷମ ସଶକ୍ତିକରଣ ସଚିବ ବିଷ୍ଣୁପଦ ସେଠୀଙ୍କୁ ମାଲକାନଗିରିରେ ରହି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟର ବିଭିନ୍ନ ଭାଗରେ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ସମସ୍ତ ପୌରାଂଚଳକୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ମାଲକାନଗିରି ଓ…

+2 SCIENCE RESULTS 100%
GOVT.(SSD) HIGHER SECONDARY SCHOOL, SUNABEDA-1, +2 SCIENCE RESULTS…..PASSOUT 100% OUT OF 78 STUDENTS 1st division -21, 2nd division -44 &…