କୋରାପୁଟ: ଚୈତନ୍ୟ ହନ୍ତାଳଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ଆଦିବାସୀ ମଞ୍ଚ ପକ୍ଷରୁ ଘୋର ବିରୋଧ କରାଯିବା ସହ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ବିଜେପି ପକ୍ଷରୁ ଏହାର ସତ୍ୟତାକୁ ନେଇ ଯାଞ୍ଚ୍ କରି ବିଜେପି ନିଜର ପ୍ରାର୍ଥୀ ବଦଳାଇଥିବା ଜଣାପଡିଛି।
ପଟାଙ୍ଗୀ ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ପକ୍ଷରୁ ରାମଚନ୍ଦ୍ର କାଡାମ, ବିଜେଡି ପକ୍ଷରୁ ପ୍ରଫୁଲ୍ଲ ପାଙ୍ଗି ଏବଂ ଭାଜପା ପକ୍ଷରୁ ଚୈତନ୍ୟ ହନ୍ତାଳଙ୍କ ନାମ ଘୋଷଣା କରାଯାଇଯାଇଥିଲା। ତେବେ ମଙ୍ଗଳବାର ଭାଜପା ପକ୍ଷରୁ ଜାରି ପ୍ରାର୍ଥୀ ତାଲିକାରେ ପଟ୍ଟାଙ୍ଗି ବିଧାନସଭା ପାଇଁ ପ୍ରାର୍ଥୀ ବଦଳାଯାଇଛି। ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଚୈତନ୍ୟ ନନ୍ଦିବାଲିଙ୍କୁ ପ୍ରାର୍ଥୀ କରିଛି ଦଳ।