ଭରତପୁର ବଜରଙ୍ଗୀ ବିହାରରେ ୭୮ତମ ସ୍ୱାଧୀନତା ଦିବସ ପାଳନ …ଭୁବନେଶ୍ୱର :- ରାଜଧାନୀ ଭୁବନେଶ୍ୱର ଭରତପୁର ଜି ଏ କଲୋନୀ ନିକଟସ୍ଥ ବଜରଙ୍ଗୀ ବିହାର ଶନି ମନ୍ଦିର ସମ୍ମୁଖରେ ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ୭୮ତମ ଅଗଷ୍ଟ ୧୫ ସ୍ଵାଧୀନତା ଦିବସ ବହୁ ଆଡମ୍ବର ରେ ପାଳନ ହୋଇଯାଇଛି l ଆଜିର ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ମହାନଗର ନିଗମ, ଓଡିଶା ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ l ଏହି ସ୍ୱାଧୀନତା ଦିବସ ପାଳନ ଅବସରରେ ବଜରଙ୍ଗୀ ବିହାର ର କମିଟି ର ସଭାପତି ଶ୍ରୀମତୀ କ୍ଷେତ୍ରମଣି ଦାସ , ସମ୍ପାଦକ ଶ୍ରୀ ପ୍ରଦୀପ୍ତ ଜେନା , ଉପଦେଷ୍ଟା ବିଜୟ କର,ଏବଂ ଜୟ ପ୍ରକାଶ, କୃଷ୍ଣ ଚନ୍ଦ୍ର, ସନ୍ତୋଷ କୁମାର ନାୟକ (ବୁଲୁ ), ଆନନ୍ଦ ଚନ୍ଦ୍ର ନାୟକ, ସନ୍ତୋଷ କୁମାର ମହାରଣା, ଶଙ୍କର ମଣ୍ଡଳ, କୁନା ଦିଗାଲ, ବୁଦ୍ଧିଜୀବୀ,ଭାଇ ଓ ଭଉଣୀ ପ୍ରମୁଖ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ l ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର ୭୮ତମ ୧୫ ଅଗଷ୍ଟ ସ୍ଵାଧୀନତା ଦିବସ ପାଳନ ଅବସରରେ ଉପସ୍ଥିତ ଥିବା ବଜରଙ୍ଗୀ ବିହାର ର ସମସ୍ତ ଜନସାଧାରଣଙ୍କୁ ଦେଶ ସ୍ୱଧିନତା ବିଷୟରେ ସୁନ୍ଦର ଭାବରେ ନିଜର ଅଭିଭାଷଣ ଦେଇଥିବା ଦେଖିବାକୁ ମିଳିଛି । ଦେଶ ପାଇଁ ବଳିଦାନ ଦେଇଥିବା ମହାପୁରୁଷ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦେଶ କୁ ସ୍ୱାଧୀନତା ଦେଇଥିବା କ୍ରାନ୍ତିକାରୀ ଙ୍କୁ ଅନେଶ୍ଵଣ କରିବା ବାପା ମା ଙ୍କୁ ଓ ଜାତୀୟ ପତାକାକୁ ସଂମ୍ମାନ ଦେବା, ଦେଶ ର ହିତ ରେ ସର୍ବଦା ଆଗକୁ ବଡ଼ିବା ସୁନ୍ଦର ଭାବରେ ନିଜର ଅଭିଭାଷଣ ରଖିଥିବା ଦେଖିବାକୁ ମିଳିଛି l ବଜରଙ୍ଗୀବିହାର ରେ ମିଳିମିଶି ରହି ବାସ କରି ନିଜର ଜୀବନ, ପରିବାର କୁ ଆଦର୍ଶ ପ୍ରେମରେ ଗୋଡ଼ି ତାଲିବାକୁ ଅବଗତ କରି ଆଜିର ସ୍ୱାଧୀନତା ଦିବସ କୁ ସଫଳତା କରିଥିଲେ l
Related Posts
କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଦ୍ବାରା ଆଜି ୧୭ ତମ କିସ୍ତି ପ୍ରଦାନ, ଭର୍ଚୁଆଲ ମଧ୍ୟରେ କିସ୍ତି ପ୍ରଦାନ ଉତ୍ସବ
*କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଦ୍ବାରା ଆଜି ୧୭ ତମ କିସ୍ତି ପ୍ରଦାନ, ଭର୍ଚୁଆଲ ମଧ୍ୟରେ କିସ୍ତି ପ୍ରଦାନ ଉତ୍ସବ* ନୂଆପଡା ତା19…
ପ୍ରେମ ସମ୍ପର୍କରୁ ହତ୍ୟା ସନ୍ଦେହ
ସୁନ୍ଦରଗଡ଼: ଅଙ୍ଗନବାଡ଼ି କର୍ମୀଙ୍କୁ ଜଙ୍ଗଲ ଭିତରେ ବୀଭତ୍ସ ହତ୍ୟା,ହେମଗିରି ଥାନା ଜୁଲୁମବାହାଲ ପୁରୁଣାଗାଁରେ ହତ୍ୟାକାଣ୍ଡ! ଫାର୍ସାରେ ହାଣି ହତ୍ୟା ପରେ ଅଭିଯୁକ୍ତ ଯୁବକ ଜଣଙ୍କ ଫେରାର୍. ପ୍ରେମ…
୨ ଲକ୍ଷ ଟଙ୍କା ଦୋକାନ ନିର୍ମାଣ ୭ ବର୍ଷ ହେଲା ଅସଂପୂଣ୍ଣ ହୋଇ ପଡିଛି ।
୨ ଲକ୍ଷ ଟଙ୍କା ଦୋକାନ ନିର୍ମାଣ ୭ ବର୍ଷ ହେଲା ଅସଂପୂଣ୍ଣ ହୋଇ ପଡିଛି ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ବସ୍ତିଗୁଡା ପଞ୍ଚାୟତ…