ଭରତପୁର ବଜରଙ୍ଗୀବିହାର ବସ୍ତିରେ ତୃତୀୟ ବାର୍ଷିକ ଶନିଶ୍ଚର ବିଶ୍ୱଶାନ୍ତି ମହାଯଂଜ୍ଞ ଅନୁଷ୍ଠିତ…
ଭୁବନେଶ୍ୱର :- (ରିପୋର୍ଟ କୁନା ଦିଗାଲ ) ଭୁବନେଶ୍ୱର ଭରତପୁର ଜି ଏ କଲୋନୀ ନିକଟସ୍ଥ ବଜରଙ୍ଗୀ ବିହାର ଠାରେ ପ୍ରତି ବର୍ଷ ପରି ଅଞ୍ଚଳ ର ତଥା ବିଶ୍ୱଶାନ୍ତି ପାଇଁ ଏହି ବର୍ଷ ମଧ୍ୟ ତୃତୀୟ ବାର୍ଷିକ ଶନିଶ୍ଚର ମହାଯଂଜ୍ଞ ବହୁ ଆଡ଼ମ୍ବର ରେ ପାଳନ ହୋଇଯାଇଛି l ସୂଚନା ଅନୁସାରେ ୩ବର୍ଷ ହେବ ଶନିଦେବ ବିଗ୍ରହ ଙ୍କୁ ସ୍ଥାପନ କରି ବଜରଙ୍ଗୀ ବିହାର ଅଞ୍ଚଳବାସୀ ଗ୍ରାମର ଦେବତା ଶନିଦେବଙ୍କୁ ମାନି ସର୍ବ ମଙ୍ଗଳ ପାଇଁ ପୂଜାକରି ଆସୁଛନ୍ତି l ଏହି ଶନିଶ୍ଚର ଶାନ୍ତି ମହାଯଂଜ୍ଞ ୯ତାରିଖ ଦିନ ଠାରୁ ଆରମ୍ଭ ହୋଇ ତିନି ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡୁଛି l ଶନିଶ୍ଚରୟ ମହାଯଂଜ୍ଞ ରୀତିନୀତି ଅନୁସାରେ ଶୁକ୍ରବାର ଦିନ ୧୦ ଘଣ୍ଟିକା ରେ ଭାଇ ଓ ଭଉଣୀ ପାଖାପାଖି ୬୦ରୁ ୭୦ଜଣ ନଦୀରୁ କଳସୀ ଯାତ୍ରା ଆରମ୍ଭ କରି ଶନି ମନ୍ଦିର କୁ ଆସିଥିଲେ l ସନିଦେବଙ୍କ ଭକ୍ତ ନିର୍ଜଲ ଉପବାସ ରେ ରହି ନାମ ଯଂଜ୍ଞ,ସଂକୀର୍ଣ୍ଣତନ ରେ ପୂଜାବିଧି ହୋଇ ଶନିବାର ରାତି ୭ଟା ରେ ପୂର୍ଣ୍ଣା ହୂତି କରି ସମସ୍ତ ଭକ୍ତ ବୃନ୍ଦ ଅନ୍ନ ଭଜନ କରି ପରିସମାପ୍ତି ହେବ ବୋଲି ସମ୍ପାଦକ ପ୍ରଦୀପ୍ତ ଜେନା ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି l ଏହି ତୃତୀୟ ବାର୍ଷିକ ଶନିଶ୍ଚର ମହାଯଂଜ୍ଞ ବଜରଙ୍ଗୀ ବିହାରର ପରିଚାଳନା କମିଟି ସଭାପତି କ୍ଷେତ୍ରମଣୀ ଦାସ,ସମ୍ପାଦକ ପ୍ରଦୀପ୍ତ ଜେନା,ମନ୍ଦିର ମୁଖ୍ୟ ପୂଜକ – ସନ୍ତୋଷ ମହାପାତ୍ର,( ବୁଲୁ )ଏବଂ କର୍ମକର୍ତା,ଅକ୍ଷୟ ପରିଦାଜୟ ପ୍ରକାଶ,କୃଷ୍ଣ ଚନ୍ଦ୍ର ନାୟକ,ମହେଶ୍ୱର ରାଉତ,ନରେନ୍ଦ୍ର ସାହୁ ,ଗଙ୍ଗାଧର ପ୍ରଧାନ,ବିଜୟ କର,ଆନନ୍ଦ ବାରିକ,ସୁର ନାୟକ,ପ୍ରସନ୍ନ ବେହେରା ପ୍ରମଦ ପ୍ରମୁଖ ଭାଇ ଓ ଭଉଣୀ ବୃନ୍ଦଙ୍କ ସହଯୋଗ ରେ ଶନିଦେବଙ୍କ ମହାଯଂଜ୍ଞ ଶାନ୍ତି ଶୃଙ୍ଖଳା ରେ ସମାପ୍ତି ହୋଇଥିବା ଦେଖିବାକୁ ମିଳିଛି l