ଭଞ୍ଜନଗର ରୁ ଚୋରି ବସ୍ ଛତ୍ରପୁର ଉଦ୍ଧାର।

ଚାଞ୍ଚଲ୍ୟକର ଘଟଣା, ଭଞ୍ଜନଗର ରୁ ଚୋରି ବସ୍ ଛତ୍ରପୁର ଉପକଣ୍ଠରୁ ଉଦ୍ଧାର।

ଗଞ୍ଜାମ:ଗତ ବୁଧବାର ବିଳମ୍ବିତ ରାତିରେ ଭଞ୍ଜନଗର ଠାରୁ ବଦାଙ୍ଗି ଯାଉଥିବା “ମାଁ ଦୂର୍ଗା ” ନାମକ ଏକ ଯାତ୍ରୀବାହୀ ବସ ଉଦ୍ଭାନ ହୋଇ ଯାଇଥିବା କର୍ମଚାରୀ ଙ୍କ ଠାରୁ ଖବର ପାଇ ମାଲିକ ବେଣୁ ଗୋପାଳ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ବିଭିନ୍ନ ଅଞ୍ଚଳର ସିସିଟିଭି କ୍ୟାମେରା ଫୁଟେଜ କୁ ନେଇ ପୋଲିସ ତନାଘନା କରିଥିଲେ ମଧ୍ୟ ଜାଣିପାରିଲେ ନାହିଁ। ତଥାପି କେହି ଜଣେ ଦୁର୍ବୃତ୍ତ ବିଳମ୍ବିତ ରାତିରେ ବସ୍ ଚଲାଇ ବେଲଗୁଣ୍ଠା ରାସ୍ତାରେ ଯାଉଥିବା ସିସିଟିଭି କ୍ୟାମେରା ଫୁଟେଜ ରୁ ଜାଣି ପାରିଥିଲେ। ପରବର୍ତ୍ତୀ ସମୟରେ ପୋଲିସ ଜିଲ୍ଲାୱ୍।ରୀ ଅନୁସନ୍ଧାନ କରି ଜାଣି ପାରିଲେ ଯେ ଛତ୍ରପୁର ଉପକଣ୍ଠ ଜାତୀୟ ରାଜପଥ ଅଗସ୍ତି ନୁଆ ଗାଁ ନିକଟରେ ଉକ୍ତ ବସ୍ ଛିଡ଼ା ହୋଇଛି। ତତକ୍ଷଣାତ୍ ମାଲିକ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ କୁ ଚିହ୍ନଟ କରି ଗାଡ଼ି ଷ୍ଟାର୍ଟ କରିବା ବେଳେ ଗାଡିରେ ତେଲ ନଥିବାରୁ ଗାଡ଼ି ଚାଲିବା ଅବସ୍ଥାରେ ନାହିଁ। ଗାଡିରେ ତେଲ ପକାଇ ପୋଲିସ ଓ ମାଲିକ ବସ୍ କୁ ଭଞ୍ଜନଗର ଆଣିଥିଲେ ଓ ଅଭିଯୋଗ କୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ରିପୋର୍ଟ:ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *