ଭଙ୍ଗା ପଲିଥିନି ତଳେ ବିତୁଛି ଗଜମତୀ ମାଙ୍କ ଜୀବନ….
କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ଅନ୍ତର୍ଗତ ଗଦଗୁଡା ଗ୍ରାମପଞ୍ଚାୟତ ରୁଦାଙ୍ଗିଆ ଗ୍ରାମର ଗଜମତି ନାୟକ ଙ୍କ ଜୀବନ ଭଙ୍ଗା ପଳାଥିନି ତଳେ ବିତୁଛି ଜୀବନ l ବିକାଶ ନାରେ ଡ଼ିମିଣ୍ଡି ପିଟୁଥିବା ସରକାର ଆଜିବି ଗ୍ରାମାଞ୍ଚଳ ରେ ବିକାଶ ଆଶା ସପ୍ନ ପରି ଦେଖୁଛନ୍ତି ଗରିବ ଖଟି କିଆ l ଆଜି ମଧ୍ୟ ମାଙ୍କର ଘର ଖଣ୍ଡିଏ ପାଇଁ ଆଶା ଭରଷା ଅଛି ହେଲେ କିଏ ଏହି ଦୁଃଖୀ ମା ଙ୍କର ଗୁହାରି ଶୁଣୁନାହାନ୍ତି l ଗଜମତି ମା ଙ୍କ ଦୁଃଖ ଯାହାକୁ ଆଖିରୁ ନଦେଖିଲେ ବିଶ୍ବସ କରି ହେବନି l ଉକ୍ତ ପରିବାରରେ ତିନି ଜଣ ସଦସ୍ୟ ଏହି ଭଙ୍ଗା ପଳଥିନି ତଳେ ବସବାସ କରନ୍ତି l ଅତି ଦୁଃଖ ର ବିଷୟ ଅଳ୍ପ କିଛି ଦିନ ପୂର୍ବେ ତାଙ୍କର ଗୋଟିଏ ଯୁବକ ପୁଅ ଙ୍କର ଦେହାନ୍ତ ହୋଇଥିଲା l ବହୁତ ବାଧାବିଘ୍ନ ସହି ଅପର୍ୟ୍ଯପ୍ତ ଚେଷ୍ଠା କରିବା ସ୍ୱତେ ରୋଗରୁ ନିସ୍ତାର ନ ପାଇଁ ନିଜର ବୃଦ୍ଧ ପିତା ମାତା ଙ୍କୁ ଛାଡି ଚିରଦିନ ପାଇଁ ଶଯ୍ୟାଶାୟୀ ହୋଇଗଲେ l କୁଲି ମଜୁରୀ କାମ କରି ଯେତିକି ଅର୍ଥ ସଂଚୟ କରିଥିଲେ ସେ ସବୁ ଖର୍ଚ୍ଚ ହୋଇଗଲା ପୁଅର ସେବାରେ l ଅପର ପକ୍ଷରେ ଯେଉଁ ଘରେ ସେମାନେ ବସବାସ କରନ୍ତି ସେହି ଘର ଅତ୍ୟନ୍ତ ସଚୋନୀୟ l ପଲିଥିନି ଗୋଢେଇ ଥିବା ଅର୍ଦ୍ଧ ଭାଙ୍ଗା ଘର କେଉଁ ମୁହୁର୍ତରେ ଭାଙ୍ଗି ଯାଇ କ୍ଷତି ପହଂଚାଇବା ଯେ ତାହା କହିବା କଷ୍ଟ ସାଧ୍ୟ୍ୟ l ମୁଣ୍ଡ ଗୁଞ୍ଜିବା ପାଇଁ ବହୁଥର ପ୍ରଶାସନ ଙ୍କ ନିକଟରେ ଦ୍ୱାରାସ୍ଥ ହେଲେ ସୁଦ୍ଧା ଫଳ ଶୂନ l
ଏହି ପରି ଗରିବ ପରିବାର ପାଇଁ ସରକାର ନୀରବ ଦ୍ରଷ୍ଟା ଘରପାଇଁ ଗୁହାରି କରିଥିଲେ ସୁଦ୍ଧା ଘର ନ ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ l ଗଜମତି ନାୟକ ମାଙ୍କ ଲୁହଭିଜା ଆଖି ରେ ଅତି ବିକଳଭବରେ ସମ୍ବାଦ ସଂଗ୍ରହ ପାଇଁ ଯାଇଥବା ସାମ୍ବାଦିକ ସଂଘ ଟିକାବାଲି ନିକଟରେ ପ୍ରକାଶ କରିଛନ୍ତି l ଗଜାମତି ନାୟକ ଠିକ ଭାବରେ ଓଡ଼ିଆ କହି ପାରୁନ ଥିଲେ ସୁଦ୍ଧା କୁଇ ଭାଷାରେ ଘର ଖଣ୍ଡିଏ ପ୍ରଦାନ କରିବା ପାଇଁ ସାମ୍ବାଦିକ ଙ୍କ ମାଧ୍ୟମରେ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି l ସେ ଆଉରି ବି କହିଛନ୍ତି ଭୋଟ ପାଇଁ ଅନର୍ଗଳା ମୂଲ୍ୟହୀନ ଭାଷଣ ଦେଇ ଭୋଟ ହାତେଉ ଥିବା ନେତା ମନ୍ତ୍ରୀ ଭୋଟ ପରେ କେଉଁଆଡେ ଉଭାନ ହେଉଛନ୍ତି ଯେ ଆବଶ୍ୟକ ବେଳେ ଖୋଜିଲେ ଦେଖାଦର୍ଶନ ମିଳୁନାହିଁ l ଗଜମତି ଜଣେ ଖଞ୍ଜଣୀ ନୃତ୍ୟ ଶିଳ୍ପୀ ହେବାହେତୁ କଳାକାର ମହାସଂଘ ତରଫରୁ ମଧ୍ୟ ସରକାରଙ୍କୁ ଅନୁରୋଧ କରାଯାଉଅଛି କି ତୁରନ୍ତ ଏକ ଆବାସ ଘର ଉକ୍ତ ପରିବାରକୁ ଯୋଗାଇଦିଆଯାଉ l ଏହି ପରି ଅଞ୍ଚଳବସୀ ମଧ୍ୟ ଦୁଃଖ ରେ ବିତୁଥିବା ମା ଙ୍କ ପାଇଁ ସରକାର ଓ ପ୍ରଶାସନ ଦୃଷ୍ଟି ଦେଇ ଆବାସ ଘର ଯୋଗାଇ ଦେବା କୁ ଦାବୀ କରିଛନ୍ତି l