ବରଗଡ – ୫,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଟାଉନ ଥାନା ଖାଲିଆପାଲି ସ୍କୁଲ ପଡ଼ାରେ ବେଆଇନ ମଦ ବିକ୍ରିକୁ କେନ୍ଦ୍ରକରି ଆଜି ଶତାଧିକ ମହିଳା ବାହାରି ପ୍ରଥମେ ଏକ ରେଲି ମାଧ୍ୟମରେ ସଚେତନତା କରିଥିଲେ ପରେ ଖଲିଆପାଲି ଆଶ୍ରମ ସ୍କୁଲର ଅହେତୁକ ପାଖରେ ବେଆଇନ ମଦ ବିକ୍ରି କରୁଥିବା ଏକ ଅସାମାଜିକ ବ୍ୟକ୍ତିଙ୍କ ଘରକୁ ଯାଇ ବ୍ୟାପକ ପରିମାଣରେ ଦେଶୀ ବିଦେଶୀ ମଦ, ବିଅର ବୋତଲ , କେନ ଜବତ କରି ସର୍ବ ସାଧାରଣ ରେ ନଷ୍ଟ କରିଥିଲେ । କିଛିଦିନ ପୂର୍ବରୁ ବହୁ ସଂଖ୍ୟାରେ ମହିଳା ମାଁ ଭଉଣୀ ମାନେ ବାହାରି ବରଗଡ଼ ଟାଉନ ଥାନାର ଦ୍ୱାରାସ୍ତ ହୋଇ ଅଭିଯୋଗ କରିଥିଲେ ମାତ୍ର ଟାଉନ ପୋଲିସ ତାଙ୍କୁ ପ୍ରମାଣ ସହ ଅଭିଯୋଗ କରିବାକୁ କୁଆଡେ କହିଥିଲେ, ତେଣୁ ସେମାନେ ଗତ ବୁଧବାର ଦିନ ଚାରି ବସ୍ତା ଦେଶୀ ବିଦେଶୀ ମଦ ସହିତ ଉକ୍ତ ବ୍ୟକ୍ତିକୁ ପୋଲିସ ଜିମାରେ ଦେଇଥିଲେ ମାତ୍ର ଅଭିଯୋଗ କାରୀ ଘରକୁ ଫେରିବା ପୂର୍ବରୁ ଅଭିଯୁକ୍ତ ମଦ ବେପାରୀ ଆଗୁଆ ଘରକୁ ପହଂଚି ଯାଇଥିଲା ପୋଲିସ ତାକୁ ଛାଡି ଦେଇଥିଲେ। ଗ୍ରାମ ର ମହିଳା ମାନେ ଅଭିଯୋଗ କରିଥିଲେ ଓ ନିତିଦିନିଆ ମଦ ବିକ୍ରି ବନ୍ଦ ନହୋଇ ଚାଲିଥିବାରୁ ଆଜି ଶନିବାର ଶତାଧିକ ମହିଳା ବାହାରି ଉକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ବିଦେଶୀ, ଓ ଦେଶୀ ମଦ ଜବତ କରି ସର୍ବ ସାଧାରଣ ରେ ନଷ୍ଟ କରିଥିଲେ । ପରେ ଘଟଣା ଅନାୟତ ହେବା ପରେ ବରଗଡ଼ ଟାଉନ ପୋଲିସ ପହଞ୍ଚି ଆପସି ବୁଝାମଣା କରିଥିଲେ । ନିଉଜ ଲେଖା ଯିବା ପର୍ଯ୍ୟନ୍ତ କାହାରି ନାମରେ ଅଭିଯୋଗ ଗ୍ରହଣ କରାଯାଇ ନଥିବା ବିଷୟରେ ପୋଲିସ ପକ୍ଷରୁ ସୂଚନା ମିଳିଥିଲା ।
Related Posts
ଜିଲ୍ଲାପାଳଙ୍କ ନିୟମଗିରି ଅଂଚଳ ର ଶକଟା ଗ୍ରାମ ପରିଦର୍ଶନ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା
ଜିଲ୍ଲାପାଳଙ୍କ ନିୟମଗିରି ଅଂଚଳ ର ଶକଟା ଗ୍ରାମ ପରିଦର୍ଶନ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା ରାୟଗଡ: ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଆଜି ମୁନିଗୁଡା ବ୍ଲକ…
ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବାଧିକ ମହିଳା ରକ୍ତଦାତା ସ୍ନିଗ୍ଧାରାଣୀ ମିଶ୍ର ଜାତୀୟ ସ୍ଥରରେ ପୁରସ୍କୃତ ହୋଇଛନ୍ତି!
ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବାଧିକ ମହିଳା ରକ୍ତଦାତା ସ୍ନିଗ୍ଧାରାଣୀ ମିଶ୍ର ଜାତୀୟ ସ୍ଥରରେ ମାଳତୀ ଛିବର ଜାତୀୟ ସ୍ତରର ପୁରସ୍କୃତ କୋରାପୁଟ ୧:୧୦:୨୦୨୪ରକ୍ତଦାନ କ୍ଷେତ୍ରରେ ସଦାଚର୍ଚ୍ଚିତ ନାମ…
୧୭ତମ ଓଡିଶା ବିଧାନସଭାର ସଦସ୍ୟ ଓ ସଦସ୍ୟାଙ୍କ ପାଇଁ “ଜ୍ଞାନସଂସ୍କାର କାର୍ଯ୍ୟକ୍ରମ” ଆୟୋଜିତ
୧୭ତମ ଓଡିଶା ବିଧାନସଭାର ସଦସ୍ୟ ଓ ସଦସ୍ୟାଙ୍କ ପାଇଁ “ଜ୍ଞାନସଂସ୍କାର କାର୍ଯ୍ୟକ୍ରମ” ଆୟୋଜିତ ଭୁବନେଶ୍ୱର: ଅଗଷ୍ଟ ୧୭ ଓ ୧୮ ତାରିଖରେ ୨ ଦିନ ଧରି ବିଧାନସଭା…