ବ୍ଳକ ସ୍ତରୀୟ ପଞ୍ଚାୟତ ବିକାଶ ସୂଚକାଙ୍କ ତାଲିମ ଅନୁଷ୍ଠିତ

ବ୍ଳକ ସ୍ତରୀୟ ପଞ୍ଚାୟତ ବିକାଶ ସୂଚକାଙ୍କ ତାଲିମ ଅନୁଷ୍ଠିତ

ରାୟଗଡା : ରାୟଗଡ ପଞ୍ଚାୟତ ସମିତି ସଦଭାବନା ସଭା ଗୃହରେ ପଞ୍ଚାୟତ ବିକାଶ ସୂଚକାଙ୍କ ସମ୍ପର୍କିତ ଏକ ଦିବସୀୟ ତାଲିମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଜିତ ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଦିର୍ଘସ୍ଥାୟୀ ବିକାଶ ଲକ୍ଷ୍ଯର ସ୍ଥାନୀୟକରଣ ନିମନ୍ତେ ଗ୍ରାମାଞ୍ଚଳର ବିକାଶ ଧାରା ର ନଅ ଗୋଟି ବିଷୟଭିତ୍ତିକ ମୂଲ୍ୟାୟନ ସହ ଆଗାମୀବର୍ଷରେ ସେଗୁଡିକ କ୍ଷେତ୍ରରେ ପର୍ଯ୍ୟବେସିତ ଆବଶ୍ୟକତା ଭିତ୍ତିକ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତିର ରୂପରେଖ ଏବଂ ଏଥି ନିମନ୍ତେ ବିଭିନ୍ନ ବିଭାଗର ଭୂମିକା ବିଷୟରେ ଆଲୋଚନା ହୋଇଥିଲା । ଜିଲ୍ଲାପରିଷଦ ଦ୍ବାରା ପ୍ରାୟୋଜିତ ଏହି ତାଲିମରେ ବିଡିଓ ଶ୍ରୀ ସୁଜିତ ମିଶ୍ର ପଲ୍ଲୀ ସଭା ଓ ଗ୍ରାମ ସଭାର ଭୂମିକା ସହ ବିଭାଗୀୟ ଅଧିକାରୀଙ୍କ ଅଂଶଗ୍ରହଣ ବିଷୟରେ ଆଲୋକପାତ କରିଥିଲେ । ଏବିଡିଓ କାଳୁ ଚରଣ ନାୟକ, ଜିପିଇଓ ଗୋପାଳ ପଣ୍ଡା, ବୈଷୟିକ ସଂଯୋଜକ ଯୋଗେନ୍ଦ୍ର ନାୟକ ଏବଂ ସଂବଳ ଶିକ୍ଷକ ନୀଳାଞ୍ଚଳ ମିଶ୍ର ତାଲିମ ପ୍ରଦାନ କରିଥିଲେ । ଏଥିରେ ସରପଞ୍ଚ, ନିର୍ବାହୀ ଅଧିକାରୀ, ଏଡିଇଓ, ଜିଆରଏସ, ଅଙ୍ଗନୱାଡି କର୍ମୀ, ଶିକ୍ଷକ ମୋଟ ପଚାଶ ଜଣ ତାଲିମ ଗ୍ରହଣ କରିଥିଲେ ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *