*ବ୍ଲକ ସ୍ତରୀୟ ସାହିତ୍ୟ ସୃଜନୀ ତାଲିମ କାର୍ଯ୍ୟକ୍ରମ ଉଦଯାପିତ*
ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ତିନି ଦିନ ଧରି ଚାଲିଥିବା ବ୍ଲକ ସ୍ତରୀୟ ସାହିତ୍ୟ ସୃଜନୀ ତାଲିମ କାର୍ଯ୍ୟକ୍ରମ ନୂଆପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ତତ୍ତ୍ୱାବଧାନରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସମାରୋହରେ ଷ୍ଟେଟ୍ ରିସୋର୍ସ ଗ୍ରୁପର ସଦସ୍ୟ ତଥା ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଗୌରାଙ୍ଗ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ପ୍ରଦୋଷ କୁମାର ସାହୁ ଯୋଗ ଦେଇ ସାହିତ୍ୟ ସୃଜନୀ ମାଧ୍ୟମରେ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଭାଷା ସାହିତ୍ୟ ପ୍ରତି ଅନୁରାଗ ସୃଷ୍ଟି ହୋଇପାରିବ ବୋଲି ମତବ୍ଯକ୍ତ କରିଥିଲେ । ମାଷ୍ଟର ଟ୍ରେନର ଭାବରେ ସିନାପାଲି ବ୍ଲକରୁ ଗୋଡାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରମେଶ କୁମାର ପଟେଲ , ଖଡ଼ିଆଳ ବ୍ଲକ ରୁ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସାଗର ବାଗ ଓ ବୋଡେନ ବ୍ଲକରୁ କରଙ୍ଗାମାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରମେଶ ମାଝୀ ତାଲିମ ପ୍ରଦାନ କରିଥିଲେ । ଏହି ଅବସରରେ ଶିକ୍ଷକ ହିମାଂଶୁ ପୋଡ଼ , ନକୁଳ କୁମାର ନନ୍ଦ , ମାନସ ରଞ୍ଜନ ସାହୁ , ଦକ୍ଷ କୁମାର ବନଛୋର , ମାମିନା ମେହେର , ସଞ୍ଜୟ କୁମାର ଦାସ ଓ ହେରାମ୍ବ ହଂସ ତିନି ଦିନିଆ ତାଲିମ କାର୍ଯ୍ୟକ୍ରମରେ ନିଜର ଅନୁଭୂତି ସଂପର୍କରେ କହିଥିଲେ । ପ୍ରକାଶ ଥାଉକି, ଖଡ଼ିଆଳ , ସିନାପାଲି ଓ ବୋଡେନ ବ୍ଲକର ମୋଟ ୭୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ଗ୍ରହଣ କରିଥିଲେ ।