ବୁର୍ବିନାଜୁ ଠାରେ ଶିକ୍ଷକଙ୍କ ବ୍ଲକ ସ୍ତରୀୟ ଦଶମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ….କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ରିସୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ,ବୁର୍ବିନାଯୁ ଠାରେ ବ୍ଲକ ସ୍ତରୀୟ ଦଶମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ସାହାଣୀ ଅଧକ୍ଷ୍ୟତା କରିଥିଲେ ଓ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ନାୟକ,ଶ୍ରୀଯୁକ୍ତ ଗଣେଶ୍ୱର କହଁର,ଉଚ୍ଚ ବିଦ୍ୟାଳୟ,ବଡ଼ିମୁଣ୍ଡା ର ବରିଷ୍ଠ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନନ୍ଦ କିଶୋର ବେହେରା ଉପସ୍ଥିତ ଥିଲେ l ଏହି ବୈଠକ କୁ ବିଜ୍ଞାନ ସଂଯୋଜକ ଶ୍ରୀଯୁକ୍ତ ରାଜ କୁମାର ସାହୁ ପରିଚାଳନା କରିଥିଲେ l ଏହି ବୈଠକ ରେ ମୁଖ୍ୟତଃ ବିଦ୍ୟାଳୟ ର ବିଭିନ୍ନ ଶୈକ୍ଷିକ ଓ ଅଣ ଶୈକ୍ଷିକ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା l ସେଥିରେ ୟୁଡାଇସ ପ୍ଲସ ରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଭୂମିକା ,ଗଣିତ ଦକ୍ଷତା ବୃଦ୍ଧି (ଖାନ ଏକାଡେମୀ ),କ୍ଳବ ଓ ହାଉସ ର ପୁନଃରୀକ୍ଷଣ ସହ ବିଭିନ୍ନ କାର୍ଯ୍ୟକ୍ରମ, ଉତ୍କର୍ଷ,NAS ର ପ୍ରଚଳନ,ପ୍ରୟାସ ପ୍ଲସ,ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର,ବିଜ୍ଞାନ ସେମିନାର ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଅଛି l ଏହାପରେ ସମସ୍ତ ଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା l ରିସୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଧାଶ୍ୟାମ ଦାସ ଓ ଷ୍ଟାଫ୍ ଙ୍କ ଦ୍ୱାରା ବହୁତ ସୁନ୍ଦର ବ୍ୟବସ୍ଥା ଓ ପରିଚାଳନା ଯୋଗୁଁ ସମସ୍ତେ ଭୂୟସୀ ପ୍ରଶଂସା କରିଛନ୍ତି l
Related Posts

ପୁଣି ବାଘ ଆତଙ୍କ, ପାଦ ଚିହ୍ନ ଦେଖି ଗ୍ରାମବାସୀ ଆତଙ୍କିତ।
ପୁଣି ବାଘ ଆତଙ୍କ, ପାଦ ଚିହ୍ନ ଦେଖି ଗ୍ରାମବାସୀ ଆତଙ୍କିତ। ଆର,ଉଦୟଗିରି :24/11(ମନୋଜ କୁମାର ପାଢୀ)ପୁଣି ବାଘ ଆତଙ୍କ, ଗାଁ ନିକଟସ୍ଥ ଘାଟି ରାସ୍ତାରେ ବାଘର ପାଦ…

ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବାଧିକ ମହିଳା ରକ୍ତଦାତା ସ୍ନିଗ୍ଧାରାଣୀ ମିଶ୍ର ଜାତୀୟ ସ୍ଥରରେ ପୁରସ୍କୃତ ହୋଇଛନ୍ତି!
ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବାଧିକ ମହିଳା ରକ୍ତଦାତା ସ୍ନିଗ୍ଧାରାଣୀ ମିଶ୍ର ଜାତୀୟ ସ୍ଥରରେ ମାଳତୀ ଛିବର ଜାତୀୟ ସ୍ତରର ପୁରସ୍କୃତ କୋରାପୁଟ ୧:୧୦:୨୦୨୪ରକ୍ତଦାନ କ୍ଷେତ୍ରରେ ସଦାଚର୍ଚ୍ଚିତ ନାମ…
ଖାଇକୁ ଖସିଲା ବସ୍; ୧୫ ଆହତ
ଖାଇକୁ ଖସିଲା ବସ୍; ୧୫ ଆହତ ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାରେ ରାସ୍ତାକଡ଼ ଖାଇକୁ ଖସିଲା ବସ୍। ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ସୂଚନା।ଝରାଡ଼ି ଗାଁ ନିକଟ…