ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଙ୍କୁ ମିଳିଲା ଆଶ୍ୱସ୍ତି।
ଗଞ୍ଜାମ:ପୁର୍ବତନ ମନ୍ତ୍ରୀ ତଥା ର୍ବମାନର ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀ ଙ୍କ ନାମରେ ଗତ ଦୁଇ ବର୍ଷ ପୂର୍ବେ ହୋଇଥିବା ଟଙ୍କା ଦେଣ ନେଣ କାରବାରରେ ଆଜି ତାଙ୍କୁ ଅଦାଲତରେ ଆଶ୍ୱସ୍ତି ମିଳିଛି। ପ୍ରକାଶ ଥାଉକି ଟାଟା କମ୍ପାନୀ ରେ ଚାକିରୀ କରାଇବା ପାଇଁ ସାଂସଦ ଡଃ ପାଣିଗ୍ରାହୀ କିଛି ଯୁବକ ଙ୍କ ଠାରୁ ଲାଞ୍ଚ ନେଇଛନ୍ତି ବୋଲି ସେତେବେଳେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ଡଃ ପାଣିଗ୍ରାହୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି ସେହି ମକଦ୍ଦମାର ଶୁଣାଣି ବେଳେ ଅଭିଯୋଗ କରିଥିବା ଦୁଇ ଯୁବକ ଲକ୍ଷ୍ମୀଧର ନାୟକ ଓ ପ୍ରଭାତ କୁମାର ନାୟକ ହାଜର ହୋଇ ସେମାନେ ଦାଖଲ କରିଥିବା ଅଭିଯୋଗ ମିଥ୍ୟା ଓ ଚାପର ବଶବର୍ତ୍ତୀ ହୋଇ ସେତେବେଳେ ଡଃ ପାଣିଗ୍ରାହୀ ଙ୍କ ବିରୋଧରେ ଅଭିଯୋଗ କରିଥିଲେ ବୋଲି ମାନ୍ୟବର ଅଦାଲତ କୁ ଜଣାଇଛନ୍ତି।