ବ୍ରହ୍ମପୁର ମେୟର ଙ୍କୁ ହତ୍ୟା ଧମକ, ଟାଉନ ଥାନା ରେ ଏତଲା।
ବ୍ରହ୍ମପୁର:ରେଶମ ନଗରୀ ବ୍ରହ୍ମପୁର ମହାନଗର ନିଗମର ମେୟର ସଙ୍ଘମିତ୍ରା ଦଳେଇ ଙ୍କୁ ଫୋନ ଜରିଆରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ହତ୍ୟା ଧମକ ମିଳିଛି । ହତ୍ୟା ଧମକ ର ଅଭିଯୁକ୍ତ ଜଣକ ପୁର୍ବତନ ପୌର ନିର୍ବାହୀ ଯନ୍ତ୍ରୀ ଲଳିତ କୁମାର ଦାଶ ବୋଲି ଜଣାପଡିଛି।ଯାହା ଫଳରେ ଧମକ ର ଶୀକାର ମେୟର ଦଳେଇ ମହାଶୟା ଥାନା ର ଦ୍ଵାରସ୍ଥ ହୋଇଛନ୍ତି ଓ ଅଭିଯୋଗ ଗ୍ରହଣ କରି ପୋଲିସ୍ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଓ ସମ୍ପୃକ୍ତ ଅଭିଯୁକ୍ତ ଙ୍କୁ ଥାନା କୁ ଡାକରା ପଠାଇ ଥିବା ଜଣାପଡିଛି। ଏହି ଭଳି ପରିସ୍ଥିତି ରେ ପୌର ନିଗମ ର ବହୁ କର୍ପୋରେଟର ଦୃଢ଼ ନିନ୍ଦା କରାଯିବା ସହ ଉଚିତ ପଦକ୍ଷେପ ନିମନ୍ତେ ପୋଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଘଟଣା କୁ ନେଇ ବ୍ରହ୍ମପୁର ଏସ୍ ଡ଼ଃ ଶ୍ରବଣ ବିବେକ ଏମ୍ କହିଛନ୍ତି ଅଭିଯୋଗ କୁ ଭିତ୍ତି କରି ତଦନ୍ତ ଚାଲିଛି ଓ ଘଟଣା ର ସତ୍ୟତା କୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।