ବେଲକଣା ଆଶ୍ରମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ
ରାୟଗଡା : ଇତି ମଧ୍ୟ୍ୟ ରେ ବେଲକଣା ଆଶ୍ରମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସ୍କୁଲ ର ପ୍ରଧାନ ଶିକ୍ଷକ ସୁନନ୍ଦ କୁମାର ଜେନା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ଶ୍ୟାମଘନ ଭୂୟାଁ ମଙ୍ଗଳ ବିଭାଗ ଶିକ୍ଷଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟଵକ୍ତା ଭାବେ ଚନ୍ଦନ ଦାସ ବାଙ୍ଗାରି ମଙ୍ଗଳ ସାମ୍ପ୍ରସାରଣ ଅଧିକର କେସିଂପୁର ବ୍ଲକ ସମ୍ମାନିତ ଅତିଥି ଭାବେ ଚନ୍ଦନ ଗୋମାଙ୍ଗ କେସିଂପୁର ବନାଅଂଚଳ ଅଧିକାରୀ ( ରେଞ୍ଜର ) ଓ ସ୍କୁଲ ପରିଚାଳନା କମିଟି ସଭାପତି ମାଝୀ କୁମାର ଯୋଗ ଦେଇ ଜଗତ ର ନାଥ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପୁଷ୍ପାମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ପ୍ରଧାନ ଶିକ୍ଷକ ଜେନା ବାର୍ଷିକ ବିବରଣୀ ପଠନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସ୍କୁଲ ର ଛାତ୍ର ଛାତ୍ରୀ ସ୍କୁଲ ର ବିଭିନ୍ନ କ୍ଷେତ୍ରରେ ପୁରସ୍କୃତ ହୋଇଥିବା ଓ ସ୍କୁଲ ର ଅଭାବ ଅସୁବିଧା ବିଷୟରେ ନିଜ ସଭାପତିତ୍ବ ଅଭିଭାଷଣ ପଠନ ରେ କହିଥିଲେ l ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ ସେଥିପାଇଁ ପିଲାମାନେ ପାଠ ପଢ଼ା ସହିତ ଖେଳକୁଦ, ସହିତ ବିଭିନ୍ନ ବାହ୍ୟ ଜ୍ଞାନ ଅର୍ଜନ କରିବା ସହିତ ଏକ ଉତ୍ତମ ନାଗରିକ ଭାବେ ଗୋଢ଼ି ତୋଳିବା ପାଇଁ ମତ ରଖିଥିଲେ l ସମ୍ମାନିତ ଅତିଥି ଚନ୍ଦନ ଗୋମାଙ୍ଗ ନିଜ ବକ୍ତବ୍ୟ ରେ କହିଥିଲେ ଜେ ଜଙ୍ଗଲ ରେ ନିଆଲଗାଇବା ଦ୍ୱାରା ଜଙ୍ଗଲ ଯାନ୍ତୁ ଜଙ୍ଗଲ ଛାଡି ସହର ଓ ଗାଁ ଅଭିମୁଖେ ଆସନ୍ତି ଠିକ ସେହିପରି ଜଙ୍ଗଲ ରୁ ଗଛ କାଟିବା ଦ୍ୱାରା ଏହାର ପ୍ରଭାବ ଜଳବାୟୁ ଉପରେ ପଡୁଛି ସେଥିପାଇଁ ପିଲାମାନେ ନିଜେ ନିଜେ ଗୋଟିଏ ଗଛ ଲଗାଇବା ସହିତ ନିଜର ପିତା ମାତା ସାଙ୍ଗ ସାଥୀଙ୍କୁ କହି ଗୋଟିଏ ଗଛ ଲଗାଇବା ନିମନ୍ତେ କହିବା ପାଇଁ ପରାମର୍ଶ ଦେଇଥିଲେ l ଅତିଥି ମାନଙ୍କ ଦ୍ୱାରା ବାର୍ଷିକ କ୍ରୀଡା ରେ କୃତ ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ଶାନ୍ତି କୁମାରୀ ମାଝୀ, ଗୌରୀ ପ୍ରିୟା ପାଢ଼ୀ, ପ୍ରସାଦ ଗୌଡ଼ ମେଟ୍ରୋନ ଜ୍ୟୋସ୍ନାମୟୀ ପଳେଇ ଙ୍କ ସହିତ ଅନ୍ୟ କର୍ମଚାରୀ ବୃନ୍ଦ ଏହି ବାର୍ଷିକ ଉତ୍ସବ କୁ ଅତି ସୁନ୍ଦର ଭାବେ ପରିଚାଳନା ରେ ସହଯୋଗ କରିଥିଲେ ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ