ବେତସିଂ ଗ୍ରାମପଞ୍ଚାୟତ ଠାରେ ମହିଳା ସଶକ୍ତି କରଣ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି ।
ଆର,ଉଦୟଗିରି-(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ନୁଆଗଡ ବ୍ଲକ ବେତସିଂ ଗ୍ରାମ ପଞ୍ଚାୟତ ସଭାଗୃହ ଠାରେ ଦିନ 11:30 ମି ସମୟରେ ବେତସିଂ ଗ୍ରାମପଞ୍ଚୟତ ର କାର୍ଯ୍ୟ ନିବାହି ଅଧିକାରୀ ମିନତୀ ମିଶ୍ର ଙ୍କ ସଭାପତିତ୍ବରେ ମହିଳା ସଶକ୍ତି କରଣ ବିଷୟରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସରକାର କିଭଳି ଭାବରେ ମହିଳା ମାନଙ୍କୁ ସେ ଆହୁରି ସଶକ୍ତି ହୋଇପାରିବେ ମା ମାନେ ସେ ସବୁ ଯୋଜନା ବିଷୟରେ ଜାଣି ସେ ଯୋଜନାରେ ସଫଳ ହୋଇ ପାରିବେ ସେବିଷୟରେ ଆଲୋଚନାକରିଥିଲେ ମୁଖ୍ୟ ଅତିଥି ଭାବରେ ସେ ସରପଞ୍ଚ ସ୍ନେହଲତା ପ୍ରଧାନ ଓ ବ୍ଲକ ଅଧ୍ୟକ୍ଷା ମାଳତୀ ପ୍ରଧାନ ଯୋଗଦେଇ ଥିବାବେଳେ ସନମାନ ଅତିଥି ଭାବରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରୁଶି କେଶ ଜାନୀ, ନ୍ୟାୟ ସରପଞ୍ଚ ରଶ୍ମିତା ଜାନୀ ୱାନ ମେମ୍ବର ଯୋଗ ଦେଇଥିଲେ । ଅନ୍ୟ ସମେତ ସମସ୍ତ ଅଙ୍ଗନ ବାଡ଼ି କର୍ମୀ,ଆଶା କର୍ମୀ, ଗ୍ରାମପଞ୍ଚାୟତ ଅଧୀନରେ ଥିବା ଗ୍ରାମର ସ୍ୱୟଂଙ୍ଗ ଶାୟକ ଗୋଷ୍ଠୀ ମହିଳା ମାନେ ସଭାରେ ଯୋଗ ଦେଇଥିଲେ ।