ବେକରେ ଶାଢ଼ୀ ବାନ୍ଧି ମହିଳାଙ୍କ ଆତ୍ମହତ୍ୟା।
ଗଞ୍ଜାମ:ଜଗନ୍ନାଥ ପ୍ରସାଦ ଥାନା ଅର୍ନ୍ତଗତ ବିଡ଼ି ପୁର ପଞ୍ଚାୟତ ମେଣ୍ଟପୁର ଗ୍ରାମର ଲିପି ଗୌଡ଼ ନାମ୍ନୀ ଜଣେ ମହିଳା ଘରେ କେହିନଥିଲା ବେଳେ ଭିତରପଟୁ କବାଟ ବନ୍ଦକରି ଘର ଦୁଲାରେ ନିଜ ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଝିଅ ଅଙ୍ଗନବାଡ଼ି କେନ୍ଦ୍ରରୁ ଆସି ଭିତର ପଟେ ରହି ମାଁ କବାଟ ଖୋଲି ନଥିଲେ। ଝିଅ କବାଟ ଫାଙ୍କାଦେଇ ଦେଖିଲା ବେଳକୁ ମାଁ ଝୁଲୁଥିବା ଅବସ୍ଥାରେ ଦେଖି ସାହି ପଡୋଶୀ ଲୋକଙ୍କୁ କହିଥିଲା।ସାହି ବାସିନ୍ଦାଙ୍କ ଠାରୁ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥାନା ଅଧିକାରୀ ଅରୁଣ କୁମାର ସିଂ ଉପସ୍ଥିତ ଲୋକଙ୍କ ସହଯୋଗ ରେ କବାଟ ଭାଙ୍ଗି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଭୁବନେଶ୍ବରରେ ରହୁଥିବା ସ୍ବାମୀ ମଞ୍ଛେଶ୍ ଗୌଡ ଓ ଲିପିର ବାପା ଘରକୁ ଫୋନ କରି ଜଣାଇବା ପରେ ସ୍ବାମୀ, ମାଁ ରୀନା ଓ ଭାଇ ଗଣେଶ ପହଞ୍ଚି ଥିଲେ। ପୋଲିସ ସ୍ବାମୀ ମଞ୍ଛେଶ୍ ଠାରୁ ଅଭିଯୋଗ ଗ୍ରହଣ କରି ମାମଲା ନଂ ୨/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ।