ବେଆଇନ ୫ମହଲା କୋଠା ଭାଙ୍ଗିବାକୁ ପୌର ପରିଷଦର ନୋଟିସ ର ଦୀର୍ଘ 4 ମାସ ବିତିଯାଇଥିଲେ ମଧ୍ୟ୍ୟ ପୌର କର୍ତୃପକ୍ଷ ନିରବ କଣ ପାଇଁ

ବେଆଇନ ୫ମହଲା କୋଠା ଭାଙ୍ଗିବାକୁ ପୌର ପରିଷଦର ନୋଟିସ ର ଦୀର୍ଘ 4 ମାସ ବିତିଯାଇଥିଲେ ମଧ୍ୟ୍ୟ ପୌର କର୍ତୃପକ୍ଷ ନିରବ କଣ ପାଇଁ ରାୟଗଡ଼ା- ରାୟଗଡ଼ା ତହସିଲ ଅନ୍ତର୍ଗତ ସଦର ମହକୁମା ସ୍ଥିତ ଖାତା ନଂ ୫୦/୮୧୨୭ ଅନ୍ତର୍ଗତ ପ୍ଲଟ ନଂ୧୨୬/୧/୯୮୦/୭୧୬୩ରେ ରେସିଡେନ୍ସିଆଲ ବ୍ୟବହାର ପାଇଁ ଅନୁମୋଦନ ମିଳିଥିବା ବେଳେ ସେଠାରେ ବେଆଇନ ଭାବେ ୫ମହଲା ବିଶିଷ୍ଟ କର୍ମସିଆଲ କମ୍ପେ୍ଲକ୍ସ ନିର୍ମାଣ ନେଇ ଗତ ବର୍ଷ ଅକ୍ଟୋବର ୧୫ ତାରିଖରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପୌର ପରିଷଦ ଅକ୍ଟୋବର ମାସ ରେ ପୌର ପରିଷଦ ପକ୍ଷରୁ କର୍ମଚାରୀ ଚନ୍ଦ୍ରଶେଖର ରଥ ଓ ଅନ୍ୟମାନେ ଆସି ଉକ୍ତ ଦୁଇ କୋଠା ମାଲିକ ରାଜେନ୍ଦ୍ର କୁମାର ସାହୁଙ୍କ ପତ୍ନୀ ଉମା ମହେଶ୍ୱରୀ ସାହୁ ଓ ସୀମାଂଚଳ ସାହୁଙ୍କୁ ପତ୍ନୀ ସ୍ୱାଗତିକା ମାଲିକଙ୍କ ନାମରେ ପୌର ପରିଷଦ ପକ୍ଷରୁ ଚିଠି ନଂ୪୦୫୧ରେ ବେଆଇନ କୋଠା ଭାଙ୍ଗିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇ ଉକ୍ତ କୋଠାରେ ନୋଟିସ ଲଗାଯାଇଥିଲେ l କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ର ଜଣାପଡିଛି l ନୋଟିସ ମାରିବା ନେଇ ପୌରନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ରଙ୍କୁ ପଚାରିବାରୁ ଓଡ଼ିଶା ମୁନିସିପାଲିଟି ଆକ୍ଟ ୧୯୫୦ ଅନ୍ତର୍ଗତ ଧାର ୨୫୪ ଅନୁଯାୟୀ ଏହା ବେନିୟମ । ତେଣୁ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି କହିଥିଲେ ଓ ଆସନ୍ତା ୭ ଦିନ ମଧ୍ୟରେ କୋଠା ମାଲିକ ଏହି ନୋଟିସ ପ୍ରକାରେ କୋଠାର ଅଧିକ ମହଲା ନଭାଙ୍ଗନ୍ତି ତେବେ ପୌର ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ନିର୍ବାହୀ ଅଧିକାରୀ ସୌମ୍ୟ ମିଶ୍ର କିନ୍ତୁ ଫଳାଫଳ ଶୂନ । ତେବେ ରାୟଗଡ଼ା ପୌର ପରିଷଦରେ ଏହିଭଳି ବେଆଇନ କୋଠା ନିର୍ମାଣ ଯୋଗୁଁ ପାର୍କିଂ ବ୍ୟବସ୍ଥା ନରହିଥିବାରୁ ଟ୍ରାଫିକ ସମସ୍ୟାରେ ଲୋକେ ହଇରାଣ ହେଉଛନ୍ତି । ତେଣୁ ପୌର ପ୍ରଶାସନ ଏହିଭଳି ପଦକ୍ଷେପ ନେଇ ଏହାର ନିରାକରଣ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି ।ଏହି ବେନିୟମ ଭାବେ ନିର୍ମାଣ କୋଠା କୁ ଭାଙ୍ଗିବା ନିମନ୍ତେ ନୋଟିସ କରି ପୌର କର୍ତୃପକ୍ଷ ଚୁପ ରହିବା ନେହି ଜନସାଧାରଣ ଙ୍କ ମନ ରେ ସନ୍ଦେହ ସୃଷ୍ଟି ହୋଇଛି ଓ ପୌରପରିଷଦ ର ଏକ କର୍ମଚାରୀ ଓ ପୌର ପରିଷଦ ର ନିର୍ବାହୀ ଅଧିକାରୀ ଓ କୋଠା ର ମାଲିକଙ୍କ. ମଧ୍ୟରେ କିଛି କାରବାର ହୋଇଥିବା ନେଇ ଜନସାଧାରଣ ରେ ଆଲୋଚନା କରିବାର ଦେଖିବାକୁ ମିଳୁଛି l ଓଡିଶା ର ମାନ୍ୟବର ମନ୍ତ୍ରୀ ନଗର ଉନୟନ ବିଭାଗ ଓ ଜ଼ିଲ୍ଲାପାଳ ଦୃଷ୍ଟି ଦେଇ ବିହିତ କାର୍ୟନୁଷ୍ଠାନ ନିମନ୍ତେ ଦାବି ହେଉଛି l ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କୁ ରିପୋର୍ଟ

Leave a Reply

Your email address will not be published. Required fields are marked *