ବେଆଇନ ଦେଶୀ ମଦ କାରବାରରେ ଅତିଷ୍ଟ ଅଞ୍ଚଳ ବାସୀ
ରାୟଗଡା : ରାୟଗଡ଼ା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ସମିତିର ଗ୍ରାମାଞ୍ଚଳରେ ଦିନକୁ ଦିନ ବେଆଇନ ଦେଶୀ ମଦ କାରବାରବୃଦ୍ଧି ପାଉଥିବାରୁ ଲୋକ ମାନେ ଅତିଷ୍ଟ୍ ହୋଇ ଏହାକୁ ନିଷେଧ କରାଯିବା ପାଇଁ ପ୍ରଶାସନ ନିକଟରେ ଦାବି କରୁଛନ୍ତି । ଏଠାରେ ପ୍ରକାଶ ଥାଉକି ମୁନିଗୁଡା ବ୍ଲକର ତେଲେଙ୍ଗାପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆଙ୍କୁରବାଲି ଠାରେ ଲାଇସେନ୍ସ ପ୍ରାପ୍ତ ଭାଟି ମାସକୁ ୩୦୦୦ହଜାର ଲିଟର ମଦ ପ୍ରସ୍ତୁତ ସହ ଚନ୍ଦ୍ରପୁର ବ୍ଲକ ସଦର ମହକୁମାରୁ ୨କିଲୋମିଟର ଦୂର ଚିଚୁପଙ୍ଗା ଗ୍ରାମ ଠାରେ ବିକ୍ରୟ ପାଇଁ ନିୟମ ଥିବା ବେଳେ ଭାଟି ମାଲିକ ରାଜେଶ କୁମାର ସାହୁ ସବୁ ନିୟମକୁ ଫାଙ୍କି ଦୈନିକ ହଜାର ହଜାର ଲିଟର ମଦ ଭାଟିରେ ପ୍ରସ୍ତୁତ କରି ଚନ୍ଦ୍ରପୁର ବ୍ଲକର ଡ଼ାଙ୍ଗସରଡ଼ା, ହନୁମନ୍ତପୁର୍, ହେଂବୁରୁ, ଟୁରିଗୁଡା ଏହିପରି ବ୍ଲକର ପ୍ରାୟ ପ୍ରତିଟି ଗାଁକୁ କୋଠି ସଜାଇ ଦେଇଛି । ଗାଁ ଗାଁରେ ଘରେ ଘରେ ପାରିବାରିକ ଅଶାନ୍ତି । ଛୋଟ ଧରଣର ଚୋରି ହିଂସା, ବିଶ୍ରୁଖଳା ବଡି ଚାଲିଛି । ଅନ୍ୟ ପକ୍ଷରେ ଅବକାରୀ ବିଭାଗ ସବୁ ଜାଣି ନିରବ ରହିବା ପଛର କଥାସବୁଆଡ଼େ ଚର୍ଚ୍ଚା ଚାଲିଛି । ଏନେଇ ବିଷମ କଟକଭାରପ୍ରାପ୍ତ ଏକ୍ସସାଇଜ ଏସ ଆଇ ପଙ୍କଜ କୁମାର ନାୟକ ଙ୍କୁ ଫୋନ ମାଧ୍ୟମରେ ଯୋଗା ଯୋଗ କଲୁକିନ୍ତୁ ଯୋଗା ଯୋଗ ହୋଇନ ପାରିବାରୁ ଏଦିଗରେ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଗ୍ରହଣ ନକଲେ ଗ୍ରାମବାସୀ ବିଶେଷ କରି ମହିଳା ଗୋଷ୍ଠିତଥା ସୁଭାଷିନୀ ରାଉତ, ବୃନ୍ଦାବତୀ ପୁଜାରୀ, କମା ଦଣ୍ଡସେନା ଅହଲ୍ୟା ଅନ୍ଦଳନାଆତ୍ମକ ପନ୍ଥା ଗ୍ରହଣ କରିବା ସହିତ ରାସ୍ତା ଦେଇ ମୋଟର ସାଇକେଲରେ ସହ ସହ ଲିଟର ଭର୍ତ୍ତି ଯାର୍କିନ ରନ୍ଧାମଦକୁ ଅଟକାଇବୁବୋଲି ଚେତାବନୀ ଦେଇଛନ୍ତି । ଜ଼ିଲ୍ଲା ଅବକାରୀ ଅଧିକାରୀ ଓ ବିଷମକଟ ଅବକାରୀ ଅଧିକାରଙ୍କୁ ଜଣାଇଲେ ମଧ୍ୟ୍ୟ କିଛି କାର୍ୟନୁଷ୍ଠାନ ହେଉନଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରୁଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ