ବୃଦ୍ଧା ମାଁ ଙ୍କୁ ଆକ୍ରମଣ ଅଭିଯୋଗ ରେ ଦୁଇ ଝିଅ ଓ ନାତି ଗିରଫ। ଗଞ୍ଜାମ:ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଲାଞିପଲୀ ଯାତ୍ରା ପଡିଆ ତୋଟା ସାହିର କାନ୍ତି ବେହେରା ନାମ୍ନୀ ଜଣେ ବୃଦ୍ଧା ନିଜ ଘରେ ରହୁଥିବା ବେଳେ ଦୁଇ ବିବାହିତା ଝିଅ ସସ୍ମିତା ଦେବୀ ଓ ବସ୍ମୀତା ଦେବୀ ନାତି ସମୀର ବେହେରା ସହ ଆସି ଉକ୍ତ ଘରେ ରହିବା ସହ ବୃଦ୍ଧା ମାଁ ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ପରିସ୍ଥିତି ଅସମ୍ଭାଳ ହେତୁ ମାଁ କାନ୍ତି ବେହେରା ଆମ୍ବପୁଆ ନିକଟରେ ଏକ ଭଡ଼ା ଘରକୁ ଯାଇ ରହୁଥିଲେ। ମାର୍ଗଶୀର ମାସ ଗୁରୁବାର ପୁଜା ପାଇଁ ବୃଦ୍ଧା ଜଣଙ୍କ ନିଜ ଘରକୁ ଆସିଥିବା ବେଳେ ଦୁଇ ବିବାହିତା ଝିଅ ଓ ନାତି ମିଶି ବୃଦ୍ଧା ମାଁ ଙ୍କୁ ଗାଳିଗୁଲଜ କରିଥିଲେ ଓ ଏକ ଲୁହା ଛଡରେ ଆକ୍ରମଣ କରିଥିଲେ। ମାଁ ଙ୍କର ଏହି ଅବସ୍ଥା ଦେଖି ପୁଅ ଅମିତ୍ ଆସି ପ୍ରତିରୋଧ କରିବାରୁ ସମସ୍ତେ ମିଶି ଅମିତ୍ ର ସ୍କୁଟି ଗାଡ଼ି ଭାଙ୍ଗି ଅମିତ୍ କୁ ମଧ୍ୟ ଆକ୍ରମଣ କରିଥିଲେ।ଯାହା ଫଳରେ ବୃଦ୍ଧା ମାଁ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆସି ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ପୋଲିସ ଅନୁସନ୍ଧାନ କରି ଅଭିଯୁକ୍ତ ତିନି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ରିପୋର୍ଟ୍:ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
Related Posts

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ଗଜପତି(ମନୋଜ ପାଢୀ/୯/୧୨/୨୪ପାରଳାଖେମଣ୍ଡି,ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ…

ରାଜ୍ୟ ସ୍ତରୀୟ ସମ୍ବିଧାନ ଦିବସ ପାଳିତ; ସମ୍ବିଧାନର ମୂଲ୍ୟବୋଧ ପ୍ରତି ସଚେତନ ରହି ନିଜର ମୌଳିକ କର୍ତ୍ତବ୍ୟକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ରାଜ୍ୟ ସ୍ତରୀୟ ସମ୍ବିଧାନ ଦିବସ ପାଳିତ; ସମ୍ବିଧାନର ମୂଲ୍ୟବୋଧ ପ୍ରତି ସଚେତନ ରହି ନିଜର ମୌଳିକ କର୍ତ୍ତବ୍ୟକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ଭୁବନେଶ୍ୱର: ଆଜି ନଭେମ୍ବର…

ସଡ଼କ ଦୁର୍ଘଟଣାରେ ଅଟୋ ଚାଳକ ର ମୃତ୍ୟୁ।
ସଡ଼କ ଦୁର୍ଘଟଣାରେ ଅଟୋ ଚାଳକ ର ମୃତ୍ୟୁ। ହିଞ୍ଜିଳି ଥାନା ଅର୍ନ୍ତଗତ ପୋଚିଲିମା ଗାଁ ଛକ ସନ୍ତୋଷୀ ମାଁ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ…