ବୁର୍ବିନାଜୁ ଗ୍ରାମପଞ୍ଚାୟତରେ ମହିଳା ଗ୍ରାମସଭା ଅନୁଷ୍ଠିତ …………………………………….
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ତା 26/06/024, କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ବୁର୍ବିନାଜୁ ଗ୍ରାମପଞ୍ଚାୟତ ଓ ପିକରଡ଼ି ଗ୍ରାମପଞ୍ଚାୟତ ରେ ଆଜି ଜିଲ୍ଲାର ଅଗ୍ରଣୀ ଲୋକସଂଗଠନ ଜୀବିକା ସୁରକ୍ଷା ମଞ୍ଚ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚର ଆହ୍ୱାନ କ୍ରମେ ସ୍ୱତନ୍ତ୍ର ମହିଳା ଗ୍ରାମସଭା ଅନୁଷ୍ଠିତ ହୋଇଛି l ଏହି ଗ୍ରାମସଭା ର ମୁଖ୍ୟ ଉଦ୍ଧେଶ୍ୟ ଗ୍ରାମାଞ୍ଚଳରେ ପ୍ରତିଟି ଗାଁ, ପ୍ରତ୍ୟେକ ବିଦ୍ୟାଳୟ ଏବଂ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର ରେ କିପରି ଶୁଦ୍ଧ ପାନୀୟ ଜଳ କିପରି ପହଁଚିବ , ଏବଂ ଗ୍ରାମର ଥିବା ବ୍ୟକ୍ତିଗତ ଶୌଚାଳୟ କୁ କିପରି ପୁନଃ ଉଦ୍ଧାର କରାଯିବ ଓ ଜଳ ସେଚନ ବ୍ୟବସ୍ଥା କରି ଚାଷ ଜମି କୁ କିପରି ପାଣି ପହଂଚି ପାରିବ ତାହା ଉପରେ ଆଲୋଚନା ହୋଇଥିଲା l ଅଞ୍ଚଳ ର ଯାହା ଦ୍ୱାରା ଚାଷୀ ମାନେ ଭଲ ଚାଷ କରି ଆର୍ଥିକ କ୍ଷେତ୍ର ରେ କିପରି ସ୍ୱବିଳମ୍ବି ହୋଇ ପାରିବେ ନେଇ ଏକ ପଂଚାୟତ ସ୍ତରୀୟ ଗ୍ରାମସଭା ଅନୁଷ୍ଠିତ ହୋଇଛି l ଏହି ଗ୍ରାମସଭା ରେ ଟିକାବାଲି ବ୍ଲକ ର ବିଭିନ୍ନ ସରକାରୀ ବିଭାଗର ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ସରକାର ଙ୍କ ର କେଉଁ କେଉଁ ସବୁ ମହିଳା ମାନଙ୍କ ପାଇଁ ଚାଷୀ ମାନଙ୍କ ପାଇଁ ସୁବିଧା ଓ ସୁଯୋଗ ରହିଛି ସେ ନେଇ ସମସ୍ତ ଙ୍କୁ ସଚେତନତା କରିଥିଲେ l ଆଜିର ଏହି ସ୍ୱତନ୍ତ୍ର ମହିଳା ଗ୍ରାମ ସଭା ରେ ଟିକାବାଲି ବ୍ଲକ ର ଅଧ୍ୟକ୍ଷ ଶ୍ରୀ ଦିଲିପ କହଁର, ବୁର୍ବିନାଜୁ ସରପଞ୍ଚ ଶ୍ରୀମତୀ ସାଲିମା ପ୍ରଧାନ, ମୃତିକା ସଂରକ୍ଷଣ ଅଧିକାରୀ ଶ୍ରୀ ବାସୁଦେବ କହଁର, AHO ଟିକାବାଲି ଶ୍ରୀ ରାଜେଶ ବିଶ୍ୱାଳ,, ଅଙ୍ଗନବାଡି କର୍ମୀ. MBK, ନାଇବ ସରପଞ୍ଚ ବୁର୍ବିନାଜୁ, ଜୀବିକା ସୁରକ୍ଷା ମଞ୍ଚ ଟିକାବାଲି ବ୍ଲକ ସମ୍ପାଦକ ଶ୍ରୀ କରମ ଚାନ୍ଦ ପ୍ରଧାନ, ସମସ୍ତ ୱାର୍ଡ ସଭ୍ୟା ସମେତ ଗ୍ରାମ ପଂଚାୟତର ଶହ ଶହ ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ର ଲକ୍ଷ ଏବଂ ଉଧେଶ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ l ଆୟୋଜକ ଜୀବିକା ସୁରକ୍ଷା ମଞ୍ଚ ର କର୍ମୀ ସଂଜୀବ କୁମାର ଦିଗାଲ ଏବଂ ସହଯୋଗ କରିଥିଲେ ସାଥି ପ୍ରଣିତା ଦିଗାଲ ଓ ସୁନିତା ପ୍ରଧାନ. ଅଞ୍ଚଳ ରେ ପ୍ରଥମ ଥର ପାଇଁ ଏଭଳି ଏକ କାର୍ଯ୍ୟକ୍ରମ ପାଇଁ ଅଞ୍ଚଳ ବାସୀ ବେସ ପ୍ରଶଂସା କରିଥିଲେ l