ବୁଡାଗୁଡ଼ା ଆର୍ ଏମ୍ ସି ଠାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ
ରାୟଗଡ଼ : – ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ବୁଡାଗୁଡ଼ା ଆର୍ ଏମ୍ ସି ଠାରେ ଧାନ କିଣାରେ ଅନିୟମିତତା ନେଇ ଚାଷୀଙ୍କ ହଟଗଳ ହେଉଥିବା ଦେଖିବାକୁ ମିଳିଛି । ଚାଷୀ ମଣ୍ଡିକୁ ଧାନ ଆଣି ଏକ ମାସେ ବିତିଗଲା ପରେ ମଧ୍ୟ ଟଙ୍କା ମିଳୁ ନ ଥିବା ଚାଷୀ ଅଭିଯୋଗ କରିଛନ୍ତି। ମଣ୍ଡି ସାମ୍ନା ରେ ଆଣି ଧାନ ରଖି ସନ୍ଧ୍ୟା ଯାଏଁ ଅପେକ୍ଷା କରିବାକୁ ପଡୁଛି ପରେ କାଗଜ ପତ୍ର କାମ ହେବାକୁ ପୁଣି ଏକ ସପ୍ତାହ ଲାଗି ଯାଉଥିବାର ଅଭିଯୋଗ ହେଉଛି ତାହା ପରେ ଟଙ୍କା ଆସିବା ପାଇଁ ପୁଣି ଦିନ ଦିନ ଧରି ଅପେକ୍ଷା କରି ଚାଷୀ ହନ୍ତସନ୍ତ ହେଉଥିବା କହିଛନ୍ତି। କଲ୍ୟାଣସିଂହପୁର ବ୍ଲକ୍ ର ଏହି ମଣ୍ଡିରେ ପ୍ରାୟ ୭ଟି ପଞ୍ଚାୟତ ରୁ ଧାନ ଉଠୁଥିବା ବେଳେ ଏଠି ବ୍ୟାପକ ଅନିୟମିତତା ଦେଖା ଦେଉଛି। ଦଲାଲ ଗିରି କାର୍ଯ୍ୟ ଭିତିରିଆ ଜୋର୍ ସୋର୍ ରେ ଚାଲିଥିବା ବେଳେ ସରଳ ଚାଷୀ ବାଧ୍ୟ ହୋଇ ଅପେକ୍ଷା କରିବା ଛଡ଼ା ଆଉ କିଛି ବିକଳ୍ପ ନାହିଁ ବୋଲି ଚାଷୀ କହୁଥିବା ଶୁଣିବାକୁ ମିଳୁଛି। ମଣ୍ଡି କୁ ଧାନ ଦେଇ ମାସେ ରୁ ଉର୍ଦ୍ଧ୍ବ ଦିନ ବିତି ଯାଇଥିଲା ପରେ ବି ଟଙ୍କା ମିଳି ନଥିବାରୁ ଚଳିତ ମାସ ୭ ତାରିଖରେ ଝିଅ ର ବାହାଘର କେମିତି କରିବେ ବୋଲି ମୁଣ୍ଡରେ ହାତ ଦେଇ ବସିଛନ୍ତି, ସୁଳିପଦର୍ ଗ୍ରାମର ଚାଷୀ,ବିଶିକେଶନ ନେମାଲପୁରି । ଧାନ ବିକ୍ରି ପରେ ଲ୍ୟମ୍ପ md ଚାସୀଙ୍କୁ ସହଯୋଗ ନକରି ମିଲର ମାନଙ୍କୁ ପରୋକ୍ଷ ଭାବରେ ସାହାଯ୍ୟ କରୁଥିବା ଓ ମଣ୍ଡି ରୁ ସେଥିପାଇଁ ଧାନ ଉଠୁନଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି ଓ ଏଥିରେ ମିଲ କୁ ଯିବା ଧାନ କୁ R M C ପକ୍ଷରୁ ଧାନର ମାନ ପରୀକ୍ଷଣ ନକରି ମଧ୍ଯ ଠିକ୍ ମାନ ଦର୍ଶାଇ ମିଲର୍ ମାନଙ୍କୁ ସାହାଯ୍ୟ କରୁଚନ୍ତି ରାମକୃଷ୍ଣ ଚୌଧୁରୀ ଏବଂଚାଷୀଙ୍କ ଅଭିଯୋଗ ପରେ ବି ଏଠାକୁ ଏମ୍ ଆଇ ଆସି ସ୍ଥିତି ବୁଝୁ ନ ଥିବା ନେଇ ବିଜେପି କଲ୍ୟାଣସିଂହପୁର ମଣ୍ଡଳ ସଭାପତି ଅଜିତ୍ କୁମାର ପାଣିଗ୍ରାହୀ ପ୍ରତିକ୍ରିୟା ଦେଇଛନ୍ତି। ବିଜେପି କର୍ମୀ ନିରଞ୍ଜନ ମହାନନ୍ଦିଆ କହିଛନ୍ତି କି ସରକାର ଚାଷୀଙ୍କ ସଙ୍ଗେ ସଙ୍ଗେ ଟଙ୍କା ତାଙ୍କ ଏକାଉଣ୍ଟ୍ କୁ ଯିବାର ବ୍ୟବସ୍ଥା କରିଥିବା ବେଳେ କିଛି କୁଚକ୍ରି ଗୋଷ୍ଟି ସରକାର ଙ୍କୁ ବଦନାମ୍ କରିବାକୁ ଚେଷ୍ଟା କରୁଛନ୍ତି ତେଣୁ ଏଭଳି ଚାଷୀଙ୍କୁ ହଇରାଣ କରାଯାଉଛି ଏନେଇ ଏମ୍ ଡି ଚିନ୍ମୟ ତ୍ରୀପାଠୀ ଙ୍କୁ ତାଙ୍କର ପ୍ରତିକ୍ରିୟା ପଚାରିଲା ବେଳେ ମିଲର ଧାନ ଉଠାଇ ନ ଥିବାରୁ ଡେରି ହେଉଛି ବୋଲି କହିଛନ୍ତି। ଚାଷୀଙ୍କ ଏହି ହଟ୍ଟଗୋଳ ସମୟରେ ଅନେକ ଚାଷୀଙ୍କ ସମେତ ବିଜେପି ଦଳୀୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ