ବିଷାକ୍ତ ସାପ କାମୁଡ଼ା ରେ ନାବାଳିକା ଙ୍କ ମ୍ରୁତ।

ବିଷାକ୍ତ ସାପ କାମୁଡ଼ା ରେ ନାବାଳିକା ଙ୍କ ମ୍ରୁତ।

ନୂଆପଡା 25 5 2025(ଓମ୍ ପ୍ରକାଶ ଚୌଧରୀ) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କୁସୁମଯୋର ପଞ୍ଚାୟତ ହଲଦିଖୋଲ ଗ୍ରାମର ବିଷ୍ଣୁପ୍ରିୟା ମାଝି (୧୫) ବିଷାକ୍ତ ସାପ କାମୁଡ଼ା ରେ ମ୍ରୁତ ହୋଇଥିବା ଜଣାପଡିଛି। ପ୍ରାପ୍ତଖବର ଅନୁସାରେ ଗତ ଦଶ ତାରିଖ ଦିନ ରାତ୍ରି ରେ ନିଜ ଘରେ ଶୋଇଥିବା ବେଲେ ଏକ ବିଷାକ୍ତ ସାପ କାମୁଡି ଥିଲା। ସେଠାରୁ ପରିବାର ଲୋକେ ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଝିଅର ଅବସ୍ଥା ଅଧିକ ଗୁରୁତ୍ୱର ଥିବାରୁ ଉତ୍ତମ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ଜିଲ୍ଲା ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ସେଠାରେ ମଧ୍ଯ ଝିଅର ଉତ୍ତମ ଚିକିତ୍ସା ନହୋଇପାରିଥିବାରୁ ପରିବାର ଲୋକେ ଖଡିଆଳ ମିଶନ ହସପିଟାଲ କୁ ଚିକିତ୍ସା ପାଇଁ ନେଇଥିଲେ।ଏହି ଖବର ଶୁଣି ସ୍ଥାନୀୟ ସରପଞ୍ଚ ଉଦିତ ପ୍ରତାପ ସିଂ ଜ୍ୟୋତି ଘଟଣା ସ୍ଥାନରେ ପହଞ୍ଚି ଝିଅର ଅଧିକ ଚିକିତ୍ସା ପାଇଁ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ଙ୍କୁ ଜଣାଇଥିଲେ।ସେଠାରୁ ଜିଲ୍ଲାପାଳ ଙ୍କ ସହଯୋଗ କ୍ରମେ ଝିଅର ଅଧିକ ଚିକିତ୍ସା ପାଇଁ ଚେଷ୍ଟା କରାଯାଇଥିବା ବେଲେ କିଛି ଆର୍ଥିକ ସହାୟତା ସହଯୋଗ କରାଯାଇଥିଲା। ହେଲେ ଗତ ଗୁରୁବାର ଦିନ ସଂନ୍ଧ୍ଯା ରେ ଝିଅର ଚିକିତ୍ସାଧିନ ବେଲେ ମ୍ରୁତ ହୋଇଥିଲା। ଏନେଇ ସିନାପାଲି ଥାନାରେ ଏକ ଅପମ୍ରୁତ୍ୟୁ ମାମଲା ରୁଜୁ କରାଯାଇଥିବା ବେଲେ ସିନାପାଲି ପୋଲିସ ଏଏସଆଇ ବିଘ୍ନରାଜ ମାଝି ଘଟଣା ସ୍ଥଲରେ ପହଞ୍ଚି ତଦନ୍ତ କରିଥିଲେ। ପରେ ନାବାଲିକା ଝିଅର ମ୍ରୁତ ଶରୀର ବ୍ୟବଛେଦ କଲାପରେ ଶବଦାହ ପାଇଁ ପରିବାର ଲୋକଙ୍କୁ ମ୍ରୁତ ଶରିର ହସ୍ତାନ୍ତର କରାଯାଇଥିଲା। ପ୍ରକାଶ ଯେ ମ୍ରୁତ ନାବାଲିକା ଜଣକ ସ୍ଥାନୀୟ ରାଧାକୃଷ୍ଣ ଆଦିବାସୀ ଗାଲ୍ସ ହଷ୍ଟେଲ ସ୍କୁଲ ରେ ଦଶମ ଶ୍ରେଣୀ ପାଠ ପଢୁଥିଲେ। ମ୍ରୁତ ନାବାଲିକା ଙ୍କ ବାପା ତିଲଚନ ମାଝି (୪୦) ମାଁ, ଦୁଇଭାଇ ଓ ଗୋଟିଏ ଭଉଣୀ ରହୁଥିଲେ। ଏହି ଘଟଣା ପରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଲେ ଅଞ୍ଚଳ ରେ ଶୋକର ଛାୟା ଖେଲି ଯାଇଛି।

Leave a Reply

Your email address will not be published. Required fields are marked *