ବିଷମକଟକ ବିଧାୟକ ନିଜ ପାଇଁ ନିଜେ ସରକାରୀ ବାସଭଵନ ଖୋଜୁଛନ୍ତି

ବିଷମକଟକ ବିଧାୟକ ନିଜ ପାଇଁ ନିଜେ ସରକାରୀ ବାସଭଵନ ଖୋଜୁଛନ୍ତି
ରାୟଗଡା : ଗତ ସାଧାରଣ ନିର୍ବାଚନ ରେ ରାୟଗଡା ଜ଼ିଲ୍ଲା ର ବିଷମକଟକ ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନୀଳମାଧବ ହିକକା ନିର୍ବାଚିତ ହୋଇଛନ୍ତି l ବିଧାୟକ ଭାବେ ବିଧାନସଭା ରେ ଶପଥ ପାଠ କରିଛନ୍ତି l କିନ୍ତୁ ଦୁଃଖର ବିଷୟ ନୀଳମାଧବ ବିଧାୟକ ଭାବେ ଶପଥ ଗ୍ରହଣ ର ଦୀର୍ଘ 7 ମାସ ରୁ ଉର୍ଦ୍ଧ ସମୟ ବିତିଗଲାଣି ସରକାର ଙ୍କ ପକ୍ଷରୁ ତାଙ୍କୁ ବର୍ତମାନ ସୁଦ୍ଧା ବିଧାୟକ ଙ୍କ କଲୋନୀ ରେ ଏକ ସରକାରୀ ବାସଭଵନ ଯୋଗାଇଦିଆଯାଇନାହିଁ ସେଥିପାଇଁ ସେ କେବେ ରାଜ୍ୟ ଅତିଥି ଭବନ ତ କେବେ ବେସରକାରୀ ଲଜ ତ କେବେ ନିଜ ସାଙ୍ଗ ସାଥି ଙ୍କ ଘରେ ରହୁଥିବା ର ପ୍ରକାଶ କରିଛନ୍ତି l ସରକାର ମୋତେ ସରକାରୀ ବାସଭଵନ ଖାଲି ନାହିଁ ଖାଲି ହେଲେ ଦିଆଯିବ କହିବାରୁ ମୁଁ ମୁଁ ନିଜେ ବିଧାୟକ କଲୋନୀ ରେ ବୁଲି ବୁଲି କେଉଁ କ୍ୱାଟର ଖାଲିଅଛି ଦେଖୁଛି l. ନିର୍ବାଚିତ ବିଧାୟକ ଙ୍କୁ ଯଦି ଏକ ସରକାରୀ ବାସଭଵନ ମିଳୁନାହିଁ ତେବେ ଏକ ତଳିଆ ସରକାରୀ କର୍ମଚାରୀ ଙ୍କୁ କିପରି ଏକ ସରକାରୀ ବାସଭଵନ ମିଳୁଥିବା ମୋତେ ଆଶ୍ଚର୍ଯ୍ୟ ଲାଗୁଛି ବୋଲି କହିଛନ୍ତି l ମୁଁ ମାନ୍ୟବର ବାଚସ୍ପତି ଙ୍କୁ ମୋତେ ସରକାରୀ ବାସଭଵନ ମିଳିନଥିବା ଜଣାଇଛି l ବିଧାୟକ ଙ୍କୁ କଣ ପାଇଁ ସରକାର ଏକ କ୍ୱାର୍ଟର ଦେଇପାରୁନାହାନ୍ତି ତାହା ଆଶ୍ଚର୍ଯ୍ୟ କଣ ବିଧାୟକ ଙ୍କ କାର୍ଯ୍ୟକାଳ 5 ପୁରିଲା ପରେ କ୍ୱାର୍ଟର ଯୋଗାଇଦିଆଯିବ କି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ନୀଳମାଧବ l ବିଷମକଟକ ରୁ ରାଜଧାନୀ ପ୍ରାୟ 500 କିଲୋମିଟର ଦୂର ରୁ ଆସି ମୁଁକେଉଁ ସରକାରୀ କ୍ୱାର୍ଟର ଖାଲିଅଛି ତାହା ଖୋଜୁଛି ଓ ଆମ ଓଡ଼ିଆ ରେ ଏକ ଢ଼େଗ ଅଛି ବାର ଦୁଆର ଶୁଣ୍ଡି ପିଣ୍ଡା ବୋଲି ଠିକ ସେହିପରି ବାର ଦ୍ୱାରା ଶୁଣ୍ଡି ପିଣ୍ଡା ବୁଲୁଛି ଭୁବନେଶ୍ୱର ଆସିଲେ ରହିବା ପାଇଁ ବୋଲି ନୀଳମାଧବ କହିଛନ୍ତି l ବିଷମକଟକ ବିଧାୟକ ଙ୍କୁ ଏକ ସରକାରୀ ବାସଭଵନ ନ ମିଳିବାରୁ ସରକାର ଙ୍କୁ ସମାଲୋଚନା କରିବାର ଶୁଣିବାକୁ ମିଳୁଛି l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *