ବରଗଡ଼: ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି। ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ହାଟପଦାସ୍ଥିତ ରାଜଦରବାରରେ ଉଦ୍ଘାଟନ ହୋଇଛି। ଏଥି ସହିତ ୧୧ ଦିନ ଚାଲିବାକୁ ଥିବା ଧନୁଯାତ୍ରାରେ ମହାରାଜ କଂସଙ୍କ ରାଜୁତି ଆରମ୍ଭ ହୋଇଯାଇଛି। ଦ୍ବାପରଯୁଗରେ ଭଗବାନ କୃଷ୍ଣ କରିଥିବା ଲୀଳାଖେଳାକୁ ଆଧାର କରି ପୌରାଣିକ କଥାବସ୍ତୁ ଉପରେ ବରଗଡ଼କୁ ମଥୁରାନଗରୀ ଭାବେ ଉପସ୍ଥାପନା କରାଯାଇଛି। ସେହିପରି ଅମ୍ବାପାଲି ଗୋପପୁରରେ ପରିଣତ ହୋଇଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ କଂସଙ୍କ ଅଟ୍ଟହାସ୍ୟ ଓ ଆଦେଶରେ ଥରହର ମଥୁରାନଗରୀ ହେବ। ଧନୁଯାତ୍ରା ପାଇଁ ଲୋକଙ୍କ ମନରେ ଉତ୍ସାହ ଦେଖାଯାଇଛି।
Related Posts

ରଥଯାତ୍ରା ପାଇଁ ଓଡ଼ିଶାରେ ଦୁଇ ଦିନ ଛୁଟି ଘୋଷଣା
ରଥଯାତ୍ରା ପାଇଁ ଓଡ଼ିଶାରେ ଦୁଇ ଦିନ ଛୁଟି ଘୋଷଣା ପୁରୀ: ରଥଯାତ୍ରା ପାଇଁ ଓଡ଼ିଶାରେ ଦୁଇ ଦିନ ଛୁଟି ଘୋଷଣା କଲେ ରାଜ୍ୟ ସରକାର।ରଥଯାତ୍ରା ସମୀକ୍ଷା ବୈଠକରେ…

ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ଝରାପାଲି ମାର୍କେଟ ଠାରେ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ଭ ହୋଇଯାଇଛି।
ବରଗଡ ୧୧,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ଝରାପାଲି ମାର୍କେଟ ଠାରେ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ଭ ହୋଇଯାଇଛି। ଏହା…

ଗୋପବନ୍ଧୁ ଜୟନ୍ତୀ ଅବସରରେ ଗୋପବନ୍ଧୁ କ୍ଲବ ଓ ନିଷ୍ଠା ପରିବାର ମିଳିତ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ରେ ୪୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ଗୋପବନ୍ଧୁ ଜୟନ୍ତୀ ଅବସରରେ ଗୋପବନ୍ଧୁ କ୍ଲବ ଓ ନିଷ୍ଠା ପରିବାର ମିଳିତ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ରେ ୪୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।ବରଗଡ ୯,୧୦(ଭବାନୀ ଶଙ୍କର…