ବିଳମ୍ବିତ ରାତିରେ ଉତ୍ସବ ସମୟରେ ଗଣ୍ଡଗୋଳ ଓ ଛୁ୍ରା ମାଡ଼ରେ ୪ ଗୁରୁତର ଆହତ।
ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅର୍ନ୍ତଗତ ଗଣ୍ଡାପଲୀ ଗ୍ରାମର ଏକ ଘରେ କିଛି ଯୁବକ ଗତ ବର୍ଷକୁ ବିଦାୟ ଦେଇ ନୁଆ ବର୍ଷ କୁ ସ୍ବାଗତ ଜଣାଇ ନାଚଗୀତ ଓମଉଜ ମଜଲିଶ୍ କରୁଥିବା ବେଳେ ବାହାରୁ କିଛି ଯୁବକ ଆସି ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଯାହା ଫଳରେ ଉଭୟଙ୍କ ମଧ୍ୟରେ ତୁତୁ ମେମେ ଓ ଧସ୍ତାଧସ୍ତି ହୋଇଥିଲା ଓ ଏହି ସମୟରେ ବାହାରୁ ଆସିଥିବା ଜଣେ ଯୁବକ ଦ୍ଵାରା ବିନା ଗୁଳି ରେ ବନ୍ଧୁକ ଚାଳନା ଯୋଗୁଁ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ଉକ୍ତ ଯୁବକ ମାନେ ଛୁରୀ ଧରି ଗଣ୍ଡାପଲୀ ଗ୍ରାମର ଯୁବକ ମାନଙ୍କ ଉପରେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଆକ୍ରମଣ ର ଶିକାର ହୋଇ ଯୁବକ ମାନେ ଗୁରୁତର ଅବସ୍ଥାରେ ସେହି ସ୍ଥାନରେ ପଡ଼ିଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକ ମାନଙ୍କୁ ଉଦ୍ଧାର କରି ପ୍ରଥମେ ଖଲ୍ଲିକୋଟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଭଳି ଅଘଟଣର କାରଣ କ’ଣ ଜଣାପଡିନଥିବା ବେଳେ ପ୍ରେମ ବ୍ୟାପାରକୁ ନେଇ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଲୋକମାନେ ଆଲୋଚନା କରୁଛନ୍ତି।ପୋଲିସ ଘଟଣାସ୍ଥଳକୁ ଯାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!