ବିଲେଇବେର୍ଣ୍ଣା ନୂଆଁଟିକ୍ରା ଅଲେଖ ମହିମା ମଠ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ବିଲେଇବେର୍ଣ୍ଣା ନୂଆଁଟିକ୍ରା ଅଲେଖ ମହିମା ମଠ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଅର୍ଜ୍ଜୁଣ୍ଡା ପଂଚାୟତ ବିଲେଇବେର୍ଣ୍ଣା ନୂଆଁଟିକ୍ରା ଠାରେ ଅଲେଖ ମହିମା ମଠରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଲେଖ ମହିମା ସଂଘ ତରଫରୁ ଆୟୋଜିତ ହୋଇଥିଲା। ଏଥିରେ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ର ରକ୍ତସଂଗ୍ରହ ଅଧିକାରୀ ଦଳ ଆସି ରକ୍ତ ସଂଗ୍ରହ କରିଥିଲେ |ସର୍ବମୋଟ ୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା | ରକ୍ତ ସଂଗ୍ରହରେ ଡାକ୍ତର ଆରତୀ ପ୍ରଧାନ,ଟେକନିସିଆନ ଦେବାଷିଶ ମିଶ୍ର,କାଉନସିଲର ମଣ୍ଟୁ ପଧାନ,ପାଏନୁ ଭୁଏ,ଜନକ ବେହେରା,ସଂଜୀବ ବେରା ସହଯୋଗ କରିଥିଲେ |ମହିମା ମଠ ସଂଘ ପକ୍ଷରୁ ଗଣେଶ ସନ୍ୟାସୀ,ରମେଶ ବାଗ,ଯଦୁମଣି ଭୁଏ,ଆନନ୍ଦ ବେହେରା,ସୀତାରାମ ବନଛୁର,ସୁରଥ ତ୍ୟାଗି ସମସ୍ତ କର୍ମକର୍ତ୍ତା ସକ୍ରିୟ ଅଂଶଗ୍ରହଣ କରି ସହଯୋଗ କରିଥିଲେ |ପରିଶେଷରେ ରାଜିବ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *